ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ସୋଆରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

0

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ସୋଆରେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଥିଲା।

ସୋଆ ଷ୍ଟାଡିୟମ୍‌ରୁ ଫ୍ଲାଗ୍‌ଅଫ୍ ହୋଇଥିବା ଏହି ମିନି ମାରାଥନ୍‌ରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ। ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍ ଅଫ କରି ମିନି ମାରାଥନର ଶୁଭାରମ୍ଭ କରିଥିଲେ।
ମାରାଥନ ଶେଷ ହେବା ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାକୁ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ବୋଲି କହିଥିଲେ। ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଖୁବ୍ ଗୁରୁତ୍ୱ ଦିଆଯାଉଥିବା ପରିପ୍ରେକ୍ଷୀରେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ସମ୍ପର୍କିତ ପାଠ୍ୟକ୍ରମକୁ ସାମିଲ କରାଯିବ ବୋଲି ସେ କହିଥିଲେ।
ଏହି ଅବସରରେ ପ୍ରଫେସର ଦାସ ନିଜ ବକ୍ତବ୍ୟରେ ଭବିଷ୍ୟତରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକୁ ବ୍ୟାପକ କରାଯିବ ବୋଲି କହିଥିଲେ।
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ମହିଳା ଟିଚିଂ ଷ୍ଟାଫଙ୍କ ପାଇଁ ଆୟୋଜିତ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାରେ ସମ୍ ନର୍ସିଂ କଲେଜର ଛାତ୍ରୀ ସୁମନ୍‌ପ୍ରଭା ସିଂଦେଓ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଜ୍ୟୋସ୍ନା ଦ୍ୱିତୀୟ ଏବଂ ରୁବି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ମହିଳା ନନ୍‌-ଟିଚିଂ ଷ୍ଟାଫଙ୍କ ପାଇଁ ଆୟୋଜିତ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାରେ ପୂଜାରାଣୀ ଦାସ ପ୍ରଥମ, କୁନ୍ତଳା ଦାସ ଦ୍ୱିତୀୟ ଏବଂ ମୋନାଲିସା ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏହି ଅବସରରେ ଆୟୋଜିତ ହୋଇଥିବା କ୍ରିକେଟ ମ୍ୟାଚ୍‌ରେ ଆଇଟିଇଆର୍‌-୧ ଚାମ୍ପିଅନ୍ ହୋଇଥିବା ବେଳେ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ରନର୍ସଅପ୍ ହୋଇଛି। ଆଇଟିଇଆର୍ -୧ ଟିମ୍‌ରେ ରାମ ଶଙ୍କର ତ୍ରିପାଠୀ, ଦିଲ୍ଲୀପ୍ ସିଂ, ବିଶ୍ୱାସ କୁମାର, ଅମରେନ୍ଦ୍ର ଦ୍ୱିବେଦୀ, ସୌଭାଗ୍ୟ ସାହୁ, ଅଭିନାଶ ବାରିକ, ଧବଳେଶ୍ୱର ମହାପାତ୍ର, ବିପିନ୍ କରଣ, ସୁମନ୍ତ ପରିଡା ଏବଂ ତନ୍ମୟ ପରିଡ଼ା ସାମିଲ ଥିବା ବେଳେ ଏସ୍‌ପିଏସ୍ ଟିମ୍‌ରେ ସ୍ମୃତିରଞ୍ଜନ ପାତ୍ର, ପ୍ରିତିରଞ୍ଜନ ସାହୁ, ଜ୍ୟୋତିରଞ୍ଜନ ବେହେରା, ତନ୍ମୟ ଜେନା, ସତ୍ୟଜିତ ମହାପାତ୍ର, ଗିରିଜା ଶଙ୍କର ପାତ୍ର, ସମ୍ବିତ ରାୟ, ତପନ ଶତପଥୀ, ଦୁଷ୍ମନ୍ତ ମହାପାତ୍ର ଏବଂ ସ୍ନେହାଂଶୁ ରଞ୍ଜନ ସାହୁ ସାମିଲ ଥିଲେ। ଫାଇନାଲ୍‌ରେ ପ୍ରଥମେ ଏସ୍‌ପିଏସ୍ ୬ ଓଭରରେ ସମସ୍ତ ୱିକେଟ୍ ହରାଇ ୬୦ ରନ୍ କରିଥିଲା। ଏହି ସ୍କୋରକୁ ଆଇଟିଇଆର୍ -୧, ୫.୫ ଓଭରରେ ୮ଟି ୱିକେଟ୍ ହରାଇ ଅତିକ୍ରମ କରିଥିଲା। ଏହି କ୍ରିକେଟ ମ୍ୟାଚ୍‌ରେ ଡକ୍ଟର ତନ୍ମୟ ପରିଡ଼ା ମ୍ୟାନ୍ ଅଫ୍ ଦି ସିରିଜ ହୋଇଥିବା ବେଳେ ଏସ୍‌ପିଏସ୍‌ର ସତ୍ୟଜିତ ମହାପାତ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପୁରସ୍କୃତ ହୋଇଥିଲେ।
ସେହିପରି ମିନି ମାରାଥନ୍‌ରେ ସୋଆ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ୍‌ହଜ୍‌ବ୍ୟାଣ୍ଡ୍ରିର ଛାତ୍ର ସତ୍ୟରଞ୍ଜନ ସାହୁ ପ୍ରଥମ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଜିବେଶ ମିଶ୍ର ଦ୍ୱିତୀୟ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ସୁଜଲ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ସୋଆ କୁଳପତି ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମକୁ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ପରିଚାଳନା କରିଥିଲେ।

Leave A Reply

Your email address will not be published.