ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଝାଡ଼ଖଣ୍ଡରେ ୩୯ଲକ୍ଷ ଗ୍ରାହକଙ୍କ ବିଦ୍ୟୁତ୍‌ ବିଲ ଛାଡ କଲେ ହେମନ୍ତ ସୋରେନ

0

ଝାଡ଼ଖଣ୍ଡ: ରାଜ୍ୟର ବିଦ୍ୟୁତ ବିଲ ବକେୟା ଥିବା ଗ୍ରାହକମାନଙ୍କୁ ଝାଡ଼ଖଣ୍ଡ ସରକାର ଏକ ବଡ ଉପହାର ଦେଇଛନ୍ତି। ଘରୋଇ ଗ୍ରାହକ ଯେଉଁମାନେ ପୂର୍ବରୁ ବକେୟା ବିଲ ଭାବେ ମାସକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ସର୍ବାଧିକ ବିଦ୍ୟୁତ୍‌ ଖର୍ଚ୍ଚ କରଛନ୍ତି, ସେମାନଙ୍କୁ ବକେୟା ବିଲ୍‌ ସମ୍ପୂର୍ଣ୍ଣ ଛାଡ କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।
କ୍ୟାବିନେଟ ସଚିବ ବନ୍ଦନା ଦାଦେଲ କହିଛନ୍ତି ଯେ ରାଜ୍ୟରେ ୨୦୦ୟୁନିଟ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୩୯ଲକ୍ଷ ୪୪ହଜାର ୩୮୯ ଅଟେ। ସେମାନଙ୍କ ବକେୟା ବିଲ ଛାଡ କଲେ । ପ୍ରାୟ ୩,୫୮୪କୋଟି ଟଙ୍କା ଅତିରିକ୍ତ ବୋଝ ସରକାରଙ୍କ ଉପରେ ପଡିବ।ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ମୋଟ ୪୪ଟି ପ୍ରସ୍ତାବକୁ ଅନୁମୋଦନ କରିଛି ଯେଉଁଥିରେ ଅନେକ ଜନପ୍ରିୟ ନିଷ୍ପତ୍ତି ଅନ୍ତର୍ଭୁକ୍ତ।
ଝାଡ଼ଖଣ୍ଡ ନିବାସି ଅଗ୍ନିବୀର ଯେଉଁମାନେ ଡ୍ୟୁଟିରେ ଥିବାବେଳେ କୌଣସି କାରଣରୁ ମୃତ୍ୟୁବରଣ କରୁଛନ୍ତି, ତାଙ୍କ ନିର୍ଭରକଙ୍କୁ ସରକାରୀ ଚାକିରୀ ଏବଂ ୧୦ଲକ୍ଷ ଟଙ୍କା ଏକ୍ସ-ଗ୍ରାଟିଆ ରାଶି ପ୍ରଦାନ କରାଯିବ। ରାଜ୍ୟର ୬ଟି ଜିଲା, ଧନବାଦ, ଦୁମକା, ଗୋଡ୍ଡା, ଚତରା ଏବଂ କୋଡରମା ଠାରେ ୧୦ହଜାର ୩୮୮ ଅତିରିକ୍ତ ଅଙ୍ଗନୱାଡି କର୍ମଚାରୀଙ୍କ ପୁନଃସ୍ଥାପନକୁ କ୍ୟାବିନେଟ ଅନୁମୋଦନ କରିଛି। ଏମାନେ ପୋଷଣ ସଖି ନାମରେ ଜଣାଶୁଣା। ଏହି ଜିଲାମାନଙ୍କରେ ପୁଷ୍ଟିହୀନତା ହଟାଇବା ପାଇଁ କେନ୍ଦ୍ରୀୟ ସହାୟତା ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି କର୍ମୀମାନଙ୍କର ସେବା ପ୍ରାୟ ଏକ ବର୍ଷ ପୂର୍ବେ ଶେଷ ହୋଇଥିଲା। ବର୍ତ୍ତମାନ ସେ ପୁନଃ ନିଯୁକ୍ତ ହେବେ।

Leave A Reply

Your email address will not be published.