ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶାରେ ଖୋଲିବ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ

0

ଭୁବନେଶ୍ୱର: ଆଗାମୀ ଦିନରେ ବିଭିନ୍ନ ଜିଲାରେ ପ୍ରାୟ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଆଜି ଓଡ଼ିଶା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।

ଗୃହକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ତାଙ୍କର ୭୯ ଦିନିଆ ସରକାର ଖଲିକୋଟ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେଇଛନ୍ତି। ଦୁର୍ଗମ ଅଞ୍ଚଳର ୧୮ଟି ବ୍ଲକରେ ରାଜ୍ୟ ସରକାର କଲେଜ ଗଠନ କରିଛନ୍ତି ଏବଂ ସିଭିଲ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ଯୋଗାଇବାର ଯୋଜନା ମଧ୍ୟ ରହିଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲାରେ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ଏବଂ ସରକାର ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ଫେରାଇବେ ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ଆମେ ୧୮୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାରୀ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ମଜବୁତ କରିବୁ ବୋଲି ୧୫୦୦ ଅଧ୍ୟାପକ ଯୋଗଦେବେ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.