ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଗୌତମ ଆଦାନୀ ହେଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି

0

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଇଣ୍ଡିଆ ରିଚ୍‌ ୨୦୨୪ ତାଲିକା ଅନୁଯାୟୀ, ମୋଟ୍‌ ୧୫୩୯ ଭାରତୀୟଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହି ସମସ୍ତ ବ୍ୟକ୍ତିଙ୍କର ସମ୍ପତ୍ତି ୧୦୦୦ କୋଟିରୁ ଅଧିକ ଅଟେ। ଏହି ତାଲିକାରେ ଗୌତମଙ୍କ ନାମ ଶୀର୍ଷରେ ଥିବାବେଳେ ମୁକେଶ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୩୧ ଜୁଲାଇ ୨୦୨୪ର ତଥ୍ୟ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ହୁରୁନ ଇଣ୍ଡିଆ ରିଚ୍‌ ୨୦୨୪ ତାଲିକା ଅନୁଯାୟୀ, ୬୨ ବର୍ଷୀୟ ଗୌତମଙ୍କ ସମ୍ପତ୍ତି ୧,୬୧,୮୦୦ କୋଟିରେ ପହଞ୍ଚିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ମୁକେଶ ଅମ୍ବାନୀଙ୍କ ନାମ ରହିଛି, ଯାହାଙ୍କ ସମ୍ପତ୍ତି ୧,୧୪,୭୦୦ କୋଟି ଟଙ୍କା। ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ଏଚ୍‌ସିଏଲ୍‌ର ଶିବ ନାଡାର। ତାଙ୍କର ମୋଟ ନିଟ୍‌ ମୂଲ୍ୟ ହେଉଛି ୩୧୪,୦୦୦ କୋଟି ଟଙ୍କା। ଚତୁର୍ଥ ସ୍ଥାନରେ ସାଇରସ ପୁନାଓ୍ବାଲାଙ୍କ ନାମ ରହିଛି। ତାଙ୍କର ମୋଟ୍‌ ସମ୍ପତ୍ତିର ମୂଲ୍ୟ ୨୮୯,୯୦୦ କୋଟିରେ ପହଞ୍ଚିଛି। ଏହି ତାଲିକାରେ ପଞ୍ଚମ ସ୍ଥାନରେ ସୂର୍ଯ୍ୟ ଫାର୍ମାଙ୍କ ଦିଲୀପ ସାଙ୍ଗ୍‌ଭିଙ୍କ ନାମ ରହିଛି, ଯିଏ କି ମୋଟ୍‌ ୨୪୯,୯୦୦ କୋଟି ଟଙ୍କାର ମାଲିକ ଅଟନ୍ତି।

କୁମାର ମଙ୍ଗଲମ ବିର୍ଲା ଷଷ୍ଠ ସ୍ଥାନରେ ଅଛନ୍ତି ଏବଂ ତାଙ୍କର ମୋଟ୍‌ ମୂଲ୍ୟ ୨୩୫,୨୦୦ କୋଟିରେ ପହଞ୍ଚିଛି। ହିନ୍ଦୁଜାଙ୍କ ଗୋପୀଚାନ୍ଦ ହିନ୍ଦୁଜାଙ୍କ ନିଟ୍‌ ମୂଲ୍ୟ ୧୯୨,୭୦୦ କୋଟିରେ ପହଞ୍ଚିଛି। ୧୯୦,୯୦୦ କୋଟି ଟଙ୍କା ସମ୍ପତ୍ତି ସହିତ ରାଧାକୃଷ୍ଣ ଦାମନୀ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଅଜିମ ପ୍ରେମଜୀଙ୍କ ନାମ ୯ମ ସ୍ଥାନରେ ରହିଛି, ଯାହାର ମୋଟ୍‌ ମୂଲ୍ୟ ୧୯୦,୭୦୦ କୋଟିରେ ପହଞ୍ଚିଛି। ଏହି ତାଲିକାରେ ନୀରଜ ବଜାଜଙ୍କ ନାମ ଦଶମ ସ୍ଥାନରେ ରହିଛି, ଯାହାଙ୍କ ମୋଟ୍‌ ମୂଲ୍ୟ ୧୬୨,୮୦୦ କୋଟିରେ ପହଞ୍ଚିଛି।

Leave A Reply

Your email address will not be published.