ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପାରା ଅଲିମ୍ପିକ୍ସରେ ଜୁଡୋ ପଦକ ଭେଟି ଦେଲେ କପିଲ ପାରମର

0

ପ୍ୟାରିସ: ଇତିହାସ ରଚିଛନ୍ତି ଭାରତର କପିଲ ପାରମର। ଆଜି ଯାଏ ଭାରତ କେବେ ବି ପାରା ଅଲିମ୍ପିକ୍ସର ଜୁଡୋରେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲା। ହେଲେ କପିଲ ଏହି ଧାରାକୁ ବଦଳାଇଛନ୍ତି। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଦେଶକୁ ଜୁଡୋରେ ପଦକ ଭେଟି ଦେଇଛନ୍ତି କପିଲ ପାରମର। ମଧ୍ୟପ୍ରଦେଶର ଶିବର ଗାଁର ମୂଳ ବାସିନ୍ଦା ହେଉଛନ୍ତି କପିଲ। ତାଙ୍କ ବାପା ଜଣେ ଟ୍ୟାକ୍ସି ଟ୍ରାଇଭର। ୪ ଭାଇ ଭଉଣୀଙ୍କ ମଧ୍ୟ କପିଲ ସବୁଠାରୁ ସାନ। ପିଲା ବେଳେ କପିଲ ବିଦ୍ୟୁତ ଆଘାତ ପାଇଥିଲେ। ଏଥିଯୋଗୁ ସେ କୋମାକୁ ଚାଲି ଯାଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ସେ ଠିକ ଭାବେ ଦେଖିବାକୁ ସମସ୍ୟା ଭୋଗିଥିଲେ। ହେଲେ ଏହା ତାଙ୍କୁ ଜୁଡୋ ପ୍ରତି ଥିବା ଭଲ ପାଇବାକୁ କମ କରି ନଥିଲା। କପିଲ ଅଭ୍ୟାସ କରିବା ସହ ଦେଶ ପାଇଁ ଆଜି ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। କପିଲଙ୍କ ସଫଳତା ପରେ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଭାରତ ଏଯାଏ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ଜିତିଛି।

Leave A Reply

Your email address will not be published.