ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ନବୋଦୟ ସ୍କୁଲ ରାଗିଂ ଘଟଣାରେ ୭ ଛାତ୍ର ଓ ୨ ଛାତ୍ରୀ ନିଲମ୍ୱିତ

0

ନୂଆପଡା: ନବୋଦୟ ସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ l ହଷ୍ଟେଲରେ ୨୨ ଜଣ ଛାତ୍ରଙ୍କୁ ସିନିୟର୍ ମାଡ଼ ମାରିବା ଘଟଣାରେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ର ଓ ଦୁଇ ଛାତ୍ରୀଙ୍କୁ ନିଲମ୍ୱିତ କରିଛି ନବୋଦୟ ସ୍କୁଲ କର୍ତ୍ତୃପକ୍ଷ।

ଦଶମ ଶ୍ରେଣୀର ୨୨ ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ର। ମାଡ଼ ପ୍ରତିବାଦରେ ଆଜି ସକାଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଖିଆ ଅପିଆ ଧାରଣାରେ ବସିଥିଲେ। ନିଲମ୍ୱିତ ହୋଇଥିବା ଛାତ୍ରଛାତ୍ରୀମାନେ ସ୍କୁଲ ଆସିପାରିବେ ନାହିଁ। ହଷ୍ଟେଲ୍‌ରେ ମଧ୍ୟ ରହିପାରିବେନି। ନିଲମ୍ୱନ ପରେ ଆଜି ସକାଳରୁ ନୂଆପଡ଼ା ଜିଲ୍ଲା ତରବୋଡ ନବୋଦୟରେ ଚାଲିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସୂଚନା ଅନୁସାରେ, ନୂଆପଡା ତରବୋଡ ନବୋଦୟ ବିଦ୍ୟାଳୟର ହଷ୍ଟେଲରେ ରାଗିଂ ହେଉଥିବା ଅଭିଯୋଗ ହୋଇଥିଲା l ହଷ୍ଟେଲର ଦ୍ଵାଦଶ ଶ୍ରେଣୀର ୭ ଜଣ ଛାତ୍ର ଦଶମ ଶ୍ରେଣୀର ୨୨ ଜଣ ପିଲାଙ୍କୁ ମାଡ଼ ମାରିଥିଲେ । ଉକ୍ତ ୭ ଜଣ ସିନିୟର୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାକୁ ଓହ୍ଲାଇଥିଲେ ୧୦ ଶ୍ରେଣୀ ଛାତ୍ର। ଏହାପରେ ଘଟଣାର ତଦନ୍ତ କରି ମାଡ ମାରିଥିବା ୭ ଜଣ ସିନିୟର୍ ଛାତ୍ରଙ୍କୁ ସ୍କୁଲରୁ ବିଦା କରିଛନ୍ତି ବିଦ୍ୟାଳୟର ପ୍ରିନ୍ସିପାଲ୍‌ l

Leave A Reply

Your email address will not be published.