ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଭାଜପା ଛାଡିଲେ ସାବିତ୍ରୀ ଜିନ୍ଦଲ

0

ହରିୟାନା: ହରିୟାଣା ବିଧାନସଭା ନିର୍ବାଚନ ଆଗକୁ ଥିବାବେଳେ ଭାଜପାକୁ ଲାଗିଛି ବଡ଼ ଝଟ୍‌କା। ଦଳ ନିର୍ବାଚନ ପାଇଁ ଅଣ୍ଟା ଭିଡିଥିବାବେଳେ ଦେଶର ଚତୁର୍ଥ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଭାଜପାର ହାତ ଛାଡିଛନ୍ତି। ଦଳ ବିରୋଧରେ ବିଦ୍ରୋହ କରି ସେ ସ୍ୱାଧୀନ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଭାରତର ଧନୀ ମହିଳା ଭାବେ ପରିଚିତ ସାବିତ୍ରୀ ଜିନ୍ଦଲ ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ସାବିତ୍ରୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା କୁରୁକ୍ଷେତ୍ର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’। ତେବେ ସାବିତ୍ରୀ ବିଜେପିରୁ ନିର୍ବାଚନ ଲଢ଼ିବେ ନାହିଁ।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୬୭ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। କିନ୍ତୁ ତାଲିକାରେ ତାଙ୍କ ନାଁ ନଥିବାରୁ ନିରାଶ ହୋଇଛନ୍ତି । ସେ ବିଜେପିରୁ ଟିକେଟ ପାଇବା ନେଇ ଆଶା ରଖିଥିଲେ। କିନ୍ତୁ ଟିକେଟ ମିଳି ନ ଥିଲା। ତେଣୁ ସେ ନିର୍ବାଚନ ଲଢ଼ିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି।

୩୯.୫ ଶହ କୋଟି ଡଲାର ସମ୍ପତ୍ତିର ମାଲିକ ସାବିତ୍ରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଆସିଛନ୍ତି। ସେ ୨୦୦୫ରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେ ହିସର ଆସନରୁ ଜିତି ବିଧାନସଭାରେ ପହଞ୍ଚିଥିଲେ। ଯାହା ପରେ ୨୦୦୯ରେ ସେ ପୁଣି ଥରେ ଭାଗ୍ୟ ପରୀକ୍ଷା କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତିଥିଲେ। ୨୦୧୩ରେ ତାଙ୍କୁ ହରିୟାଣା ସରକାରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା।

Leave A Reply

Your email address will not be published.