ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଭସାଣିରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ମନା

0

କଟକ: ଦୁର୍ଗାପୂଜା ଭସାଣି ପାଇଁ ପୁଣି ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି। ଚଳିତବର୍ଷ ଦୁର୍ଗାପୂଜା ଭସାଣି ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଗାଇଡଲାଇନ ଜାରି କରାଯାଇଥିଲେ ମଧ୍ୟ ଆଜି ଆଉ ଏକ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି। ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି। ବୈଠକରେ ବୈଠକରେ ଜିଲାପାଳ, ମେୟର୍, ବିଧାୟକ ଓ କମିଟି ସଦସ୍ୟ ସାମିଲ ଥିଲେ।

ପୂର୍ବରୁ ନିଷ୍ପତ୍ତି ହୋଇଥିଲା ଯେ, କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବ ନାହିଁ। ଭସାଣିରେ ପାରଂପରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଥିବା ବେଳେ ଡିଜେକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ପୂଜା ପାଇଁ ଜବରଦସ୍ତ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୁଲିସ କମିସନରଙ୍କ ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ। ଶୋଭାଯାତ୍ରାରେ ୬ଟି ବକ୍ସ ହିଁ ବଜାଇପାରିବେ। ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି।

Leave A Reply

Your email address will not be published.