ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ୟୁଟ୍ୟୁବ ଦେଖି ଡାକ୍ତର କଲେ ଅପରେଶନ

0

ବିହାର: ୟୁଟ୍ୟୁବ୍ରୁ ଭିଡିଓ ଦେଖି ସର୍ଜରୀ କରିବା ମହଙ୍ଗା ପଡିଲା। ୟୁଟ୍ୟୁବ୍ରୁ ଭିଡିଓ ଦେଖି ସର୍ଜରୀ କରୁଥିଲେ ଜଣେ ନକଲି ଡାକ୍ତର। ଜଣେ ୧୫ ବର୍ଷର ବାଳକ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଡାକ୍ତରଙ୍କ ପାଖକୁ ଆସିଥିଲେ। ସେଠାରେ ଥିବା ଡାକ୍ତର ୟୁଟ୍ୟୁବ ଦେଖି ପିଲାଟିର ଅପରେଶନ କରିଥିଲେ। ପରେ ପିଲାଟିର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ,ବିହାରର ସରନରେ ଗୋଲୁ ଶାହା ନାମକ ଜଣେ ୧୫ ବର୍ଷୀୟ ବାଳକ , ଆରମ୍ଭରୁ ତାଙ୍କ ଗଲ ବ୍ଲାଡରରେ ଷ୍ଟୋନ ଥିଲା। ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ଘରଲୋକ ତାଙ୍କୁ ନିକଟସ୍ଥ ନର୍ସିଂହୋମ ଗଣପତି ସେବା ସଦନକୁ ନେଇଥିଲେ। ଶୁକ୍ରବାର ରାତିରେ ପେଟ ଯନ୍ତ୍ରଣା ସହିତ ସେ ବାନ୍ତି ମଧ୍ୟ କରୁଥିଲେ। ଯନ୍ତ୍ରଣାକୁ କମାଇବା ପାଇଁ ଘରଲୋକ ଡାକ୍ତରଙ୍କୁ ଗୋଲୁଙ୍କୁ ଔଷଧ ଦେବାକୁ କହିଥିଲେ କିନ୍ତୁ ଡାକ୍ତର ବିନା ଅନୁମତିରେ ଏହି ଅପରେଶନ କରିଥିଲେ। ଅପରେସନ୍ ବେଳେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ନକଲି ଡାକ୍ତର ଆମ୍ବୁଲାନ୍ସ ଯୋଗେ ପାଟନାସ୍ଥିତ ଏକ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ହେଲେ ରାସ୍ତାରେ ସେ ମୃତ୍ୟୁବରଣ କରିଥିଲେ। ଯାହାପରେ ମେଡିକାଲ ଷ୍ଟାଫମାନେ ଡାକ୍ତରଖାନାରେ ମୃତଦେହ ଛାଡି ଘଟଣାସ୍ଥଳରୁ ପଳାଇଥିଲେ ବୋଲି ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି

ପିଲାଟି ଅନେକ ଥର ବାନ୍ତି କରିବା ପରେ ତାଙ୍କୁ ସରନର ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ କିଛି ସମୟ ପରେ ବାନ୍ତି ବନ୍ଦ ହୋଇଯାଇଥିଲା। କିନ୍ତୁ ଡାକ୍ତର ସର୍ଜରୀ ପାଇଁ କହିବା ସହ ଅପରେସନ କରିଥିଲେ। ଏପରିକି ୟୁଟ୍ୟୁବ୍ ଭିଡିଓ ଦେଖି ସର୍ଜରୀ କରିଥିଲେ ବୋଲି କହିଛନ୍ତି ପରିବାର ବର୍ଗ। ଏନେଇ ପରିବାର ବର୍ଗ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ନକଲି ଡାକ୍ତର ଅଜିତ କୁମାର ପୁରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.