ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପବିତ୍ର ନୂଆଁଖାଇରେ ମା’ ସମଲେଶ୍ଵରୀଙ୍କ ପାଖରେ ଲାଗି ହେଲା ନବାନ୍ନ

0

ସମ୍ବଲପୁର: ଆଜି ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏଥିପାଇଁ ସମଗ୍ର ପଶ୍ଚିମ ଓଡ଼ିଶାଳ ଚଳଚଞ୍ଚଳ ହୋଇପଡ଼ିଛି। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି। ଶୁଭ ଲଗ୍ନ ସକାଳ ୯ଟା ୧୨ରୁ ୨୭ ମଧ୍ୟରେ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ନୀତି ସମ୍ପନ୍ନ ହୋଇଛି। ଏହା ପରେ ମନ୍ଦିର ଚତୁଃପାର୍ଶ୍ବରେ ରହିଥିବା ୧୧୫ ଦେବଦେବୀଙ୍କୁ ନବାନ୍ନ ଲାଗି କରାଯାଇଛି। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନବାନ୍ନ ଭୋଗ ପରେ ପରିବାର ସହ ଏକାଠି ବସି ସମସ୍ତେ ନୂଆ ଖାଇବେ।

ସେହିପରି ପଶ୍ଚିମ ଓଡ଼ିଶାର ଅନ୍ୟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ପ୍ରଥମେ ପରିବାର ବଡ଼ମାନଙ୍କୁ ମୁଣ୍ଡିଆ ମାରି ଏହି ପର୍ବ ପାଳନ ହେବ। ପରେ ନୂଆଁଖାଇ ପାଳନ ହେବ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଲୋକେ ନିଜ ନିଜ ଘରକୁ ଫେରିଛନ୍ତି।

Leave A Reply

Your email address will not be published.