ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଗିରଫ ହେଲେ ବିଜୟ କୁମାର

0

ନୂଆପଡ଼ା: ଗିରଫ ହେଲେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ । ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଗତକାଲି ଟଙ୍କା ସହ ଧରା ପଡ଼ିଥିଲେ ବିଜୟ କୁମାର। ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିବା ପରେ ଶ୍ରୀ ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ।

ସୂଚନା ଅନୁସାରେ, ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିବାବେଳେ ଶ୍ରୀ ବେହୁରିଆଙ୍କୁ ଧରିଲା ଭିଜିଲାନ୍ଶ। ପାଖରେ ଥିବା ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ। ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ଏମଭିଆଇଙ୍କ ନୂଆପଡ଼ା ଅଫିସ୍‌ ଓ ଭଡ଼ା ଘର, ଯାଜପୁର ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀବିହାର ସ୍ଥିତ ୨ଟି ଫ୍ଲାଟ୍‌ରେ ଭିଜିଲାନ୍ସ ରେଡ୍‌ କରିଥିଲା। ସେପଟେ ଅଧିକ ତଥ୍ୟ ପାଇଁ ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଭିଜିଲାନ୍ସ। କିନ୍ତୁ ସନ୍ତୋଷ ଜନକ ଉତ୍ତର ନ ମିିଳିବାରୁ ଶ୍ରୀ ବେହୁରିଆଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ କୋର୍ଟ ଚାଲଣ କରିଥିବା ଜଣାପଡିଛି।

Leave A Reply

Your email address will not be published.