ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଗିରଫ ହେଲେ ବିଜୟ କୁମାର

0

ନୂଆପଡ଼ା: ଗିରଫ ହେଲେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ । ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଗତକାଲି ଟଙ୍କା ସହ ଧରା ପଡ଼ିଥିଲେ ବିଜୟ କୁମାର। ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିବା ପରେ ଶ୍ରୀ ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ।

ସୂଚନା ଅନୁସାରେ, ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିବାବେଳେ ଶ୍ରୀ ବେହୁରିଆଙ୍କୁ ଧରିଲା ଭିଜିଲାନ୍ଶ। ପାଖରେ ଥିବା ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ। ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ଏମଭିଆଇଙ୍କ ନୂଆପଡ଼ା ଅଫିସ୍‌ ଓ ଭଡ଼ା ଘର, ଯାଜପୁର ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀବିହାର ସ୍ଥିତ ୨ଟି ଫ୍ଲାଟ୍‌ରେ ଭିଜିଲାନ୍ସ ରେଡ୍‌ କରିଥିଲା। ସେପଟେ ଅଧିକ ତଥ୍ୟ ପାଇଁ ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଭିଜିଲାନ୍ସ। କିନ୍ତୁ ସନ୍ତୋଷ ଜନକ ଉତ୍ତର ନ ମିିଳିବାରୁ ଶ୍ରୀ ବେହୁରିଆଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ କୋର୍ଟ ଚାଲଣ କରିଥିବା ଜଣାପଡିଛି।

Leave A Reply

Your email address will not be published.