ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

0

ପାଟନା: ବିହାରର ରାଜଧାନୀ ପାଟନରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାସ୍ତା କଡରେ ଠିଆ ହୋଇଥିବା ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି। ମୁନା ଶର୍ମାଙ୍କ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଗତକାଲି ଶ୍ୟାମ ସୁନ୍ଦର ଶର୍ମାଙ୍କ ପୁଅଙ୍କ ନିର୍ବନ୍ଧ ଥିଲା। ସେଥିପାଇଁ ତାଙ୍କ ଘରକୁ କିଛି ବନ୍ଧୁବାନ୍ଧବ ଆସିଥିଲେ। ସେହି ବନ୍ଧୁବାନ୍ଧବଙ୍କ ମଧ୍ୟରୁ କେତେ ଜଣଙ୍କୁ ଆଜି ଭୋରରେ ସେ ଅଟୋରେ ବସାଇବା ପରେ ରାସ୍ତାକଡ଼ରେ ବସିଥିବା ବେଳେ ତିନି ଜଣ ବ୍ୟକ୍ତି ବାଇକରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ଚେନ୍ ଲୁଟେରା ଥିବା ବେଳେ ତାଙ୍କୁ ଟଣା ଓଟରା କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ଲୁଟେରାମାନେ ଗୁଳି ଚଳାଇଥିଲେ।
ଅନ୍ୟପକ୍ଷରେ ତାଙ୍କୁ ମାରିବା ସତ୍ତ୍ୱେ ଲୁଟେରାମାନେ ଚେନ୍ ନେଇ ନଥିଲେ। ତେଣୁ ଏହି ଘଟଣାର ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଆଲୋଚନା ହେଉଛି। ମୃତ ମୁନା ଶର୍ମାଙ୍କ ବେକରେ ସୁନା ଚେନ୍‌ ଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଲୁଟେରାମାନେ ଚେନ୍ ନ ନେବା କାରଣରୁ ଏହି ହତ୍ୟାକାଣ୍ଡ ଏବେ ସନ୍ଦେହ ଘେରରେ ରହିଛି। ଏହି ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବାବେଳେ, ଫୁଟେଜକୁ ଆଧାର କରି ଯାଞ୍ଚ କରୁଛି ପୋଲିସ। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଚିହ୍ନଟ କରିଥିବା କହିଛି।

Leave A Reply

Your email address will not be published.