ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଯୁକ୍ତ ୨ ଛାତ୍ରୀଛାତ୍ରଙ୍କୁ ଦିଆଯିବ ମାଗଣା କୋଚିଂ

0

ଭୁବନେଶ୍ବର: ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ଛାତ୍ରୀଛାତ୍ରଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସରକାର। ଏଥର ଯୁକ୍ତ ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ନିଟ୍‌-ୟୁଜି ଜେଇଇ ପିଲାଙ୍କୁ ରାଜ୍ୟ ସରକାର ମାଗଣା କୋଚିଂ ଦେଉଥିଲେ। ଏବେ + ୨ ମଧ୍ୟ ମିଳିବ ଏହି ସୁବିଧା।

ପୂର୍ବରୁ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପାଇଁ ଏହି ସୁବିଧା ରହିଥିବାବେଳେ ଏବେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ପିଲା ଏହି ସୁବିଧା ପାଇପାରିବେ। ସେପ୍ଟେମ୍ବର ୧୨ରେ ଓରିଏଣ୍ଟେସନ ଏବଂ ୧୭ରୁ ଅନଲାଇନ ପାଠପଢା ଆରମ୍ଭ ହେବ। ଏଥିପାଇଁ କଲେଜଗୁଡିକ ନିଜ ସ୍ମାର୍ଟ କ୍ଲାସରୁମ୍‌ଗୁଡିକୁ ପ୍ରସ୍ତୁତ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦୋଳୟ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ୭୦ହଜାରରୁ ଅଧିକ ପିଲା ଏଥିପାଇଁ ଇଛୁକ ଥିବା ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.