ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଯୁକ୍ତ ୨ ଛାତ୍ରୀଛାତ୍ରଙ୍କୁ ଦିଆଯିବ ମାଗଣା କୋଚିଂ

0

ଭୁବନେଶ୍ବର: ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ଛାତ୍ରୀଛାତ୍ରଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସରକାର। ଏଥର ଯୁକ୍ତ ୨ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ନିଟ୍‌-ୟୁଜି ଜେଇଇ ପିଲାଙ୍କୁ ରାଜ୍ୟ ସରକାର ମାଗଣା କୋଚିଂ ଦେଉଥିଲେ। ଏବେ + ୨ ମଧ୍ୟ ମିଳିବ ଏହି ସୁବିଧା।

ପୂର୍ବରୁ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପାଇଁ ଏହି ସୁବିଧା ରହିଥିବାବେଳେ ଏବେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ପିଲା ଏହି ସୁବିଧା ପାଇପାରିବେ। ସେପ୍ଟେମ୍ବର ୧୨ରେ ଓରିଏଣ୍ଟେସନ ଏବଂ ୧୭ରୁ ଅନଲାଇନ ପାଠପଢା ଆରମ୍ଭ ହେବ। ଏଥିପାଇଁ କଲେଜଗୁଡିକ ନିଜ ସ୍ମାର୍ଟ କ୍ଲାସରୁମ୍‌ଗୁଡିକୁ ପ୍ରସ୍ତୁତ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦୋଳୟ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ୭୦ହଜାରରୁ ଅଧିକ ପିଲା ଏଥିପାଇଁ ଇଛୁକ ଥିବା ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.