ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ

0

ଜମ୍ମୁ କଶ୍ମୀର: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍‌ ଅଧିକାରୀ ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ କଶ୍ମୀରର ବଡଗାମ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ କରାଯାଇଛି।
ମହିଳା ଫ୍ଲାଇଂ ଅଧିକାରୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ,୨୦୨୩ ଡିସେମ୍ବର ୩୧ରେ ଅଧିକାରୀମାନଙ୍କ ପାଇଁ ଥିବା ମେସରେ ନବବର୍ଷ ପାର୍ଟି ଆୟୋଜନ କରାଯାଇଥିଲା।ଏହି ସମୟରେ ମହିଳା ଅଧିକାରୀଙ୍କୁ ତାଙ୍କର ସିନିୟର ଉପହାର ମିଳିଛି କି ନାହିଁ ପ୍ରଶ୍ନ କରିଥିଲେ। ଉପହାର ମିଳି ନଥିବା ମହିଳା ଅଧିକାରୀ ଜଣଙ୍କ କହିଥିଲା। ଏହାପରେ ଉପହାର ରୁମରେ ଥିବା ୱିଙ୍ଗ କମାଣ୍ଡର କହି ତାଙ୍କୁ ନିଜ ସହ ନେଇ ଯାଇଥିଲେ। ଘରେ କେହି ନଥିବାରୁ ମହିଳା ଅଧିକାରୀ ଜଣଙ୍କ ୱିଙ୍ଗ କମାଣ୍ଡରଙ୍କୁ ପରିବାର ଲୋକଙ୍କ କଥା ପଚାରିଥିଲେ। ସେମାନେ ଅନ୍ୟତ୍ର ରହୁଥିବା ୱିଙ୍ଗ କମାଣ୍ଡର କହିଥିଲେ। ରୁମ ଭିତରେ ୱିଙ୍ଗ କମାଣ୍ଡର ଜଣଙ୍କ ମହିଳା ଅଧିକାରୀଙ୍କୁ ଜାବୁଡ଼ି ଧରିବାର ସହ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ। ସେ ତାଙ୍କୁ ସେଠାରେ ଅସଦାଚରଣ କରିଥିଲେ। ମନା କରିବା ସତ୍ତ୍ୱେ ସେ ମୋ ସହ ଜୋରଜବରଦସ୍ତ କରିଥିଲେ। ଶେଷରେ ମୁଁ ତାଙ୍କୁ ଠେଲି ଦେଇ ଦୌଡ଼ି ପଳାଇଥିଲି। ତାଙ୍କ ସହ ଯାହା ଘଟିଛି ମାମଲା ରୁଜୁ କରିବାକୁ ତାଙ୍କୁ କିଛି ସମୟ ଲାଗିଥିବା ସେ କହିଛନ୍ତି। ମୁଁ ଭୟଭୀତ ଥିଲି ଏବଂ ଜାଣି ନ ଥିଲି କଣ କରିବା ଉଚିତ୍‌। ଶେଷରେ ମାମଲା ରୂଜୁ କରିବାକୁ ମୁଁ ବାଧ୍ୟ ହେଲି। ଏପରି ନିର୍ଯାତନା ମୋ ମାନସିକ ସ୍ଥିତିକୁ ପ୍ରଭାବିତ କରିଛି।

ଅଭିଯୋଗ ଆସିବା ପରେ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ “ଆମେ ଘଟଣା ସମ୍ପର୍କରେ ଅବଗତ ରହିଛୁ। ଏହି ଘଟଣାରେ ବଡ଼ଗାମ ପୁଲିସ୍‌ ଷ୍ଟେସନ ପକ୍ଷରୁ ଶ୍ରୀନଗର ସ୍ଥିତ ଭାରତୀୟ ବାୟୁ ସେନା ସହ ଯୋଗାଯୋଗ କରାଯାଇଛି। ଆମେ ସ୍ଥାନୀୟ ଅଧିକାରୀଙ୍କ ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛୁ।”

Leave A Reply

Your email address will not be published.