ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

0

ନୂଆଦିଲ୍ଲୀ: ଭାରତରେ ସାମ୍ନାକୁ ଆସିଲା ମଙ୍କିପକ୍ସର ପ୍ରଥମ ମାମଲା। ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି।ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିବା ସୂଚନା ରହିଛି। ଉକ୍ତ ବ୍ୟକ୍ତିଙ୍କଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ଅନୁସନ୍ଧାନ ପରେ ଏହା ନିଶ୍ଚିତ ହୋଇଛି ଯେ ସେ ମଙ୍କିପକ୍ସରେ ସଂକ୍ରମିତ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା । ତାଙ୍କୁ ଆଇସୋଲେସନରେ ରଖାଯିବା ସହ ଉକ୍ତ ବ୍ୟକ୍ତିଙ୍କ ଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିବା ମାରାତ୍ମାକ କ୍ଲେଡ ୧ରେ ଯୁବକ ଜଣଙ୍କ ଆକ୍ରାନ୍ତ ହୋଇନାହାନ୍ତି। ସେ କ୍ଲେଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି। ୨୦୨୨ ଜୁଲାଇରୁ ଭାରତରେ ଏହି ଭାଇରସ ୩୦ ଜଣଙ୍କ ଶରୀରରେ ମଧ୍ୟ ଠାବ ହୋଇଥିଲା। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି। ତେବେ ଗତ ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲା।

Leave A Reply

Your email address will not be published.