ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୪ ଛାତ୍ର,୨ ନିଖୋଜ

0

ବାରିପଦା: ବାରିପଦାରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଶୁକ୍ରବାର ଘଟିଛି ବଡ ଅଘଟଣ। ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର। ସେମାନଙ୍କ ମଧ୍ୟରୁ ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି।

ସୂଚନାଯୋଗ୍ୟ, ବାରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଗଣେଶ ଭସାଣି ଦେଖିବାକୁ ଆସିଥିବା ସ୍ଥାନୀୟ ହଷ୍ଟେଲର ୪ଜଣ +୨ ଛାତ୍ର ନଦୀରେ ବୁଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଙ୍ଗେ ସଙ୍ଗେ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣ ଛାତ୍ର ନିଖୋଜ ଅଛନ୍ତି। ପ୍ରାୟ ୨ ଘଣ୍ଟା ହେଲାଣି ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର ଉଦ୍ୟମ ଜାରି ରହିଥିବା ବେଳେ ଏବେ ବି ସେମାନଙ୍କ ପତ୍ତା ମିଳିନି। ତେବେ ୪ ଜଣ ଯାକ ଆଦର୍ଶ ବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା ମିଳିଛି। ସେମାନେ ନିକଟସ୍ଥ ଘରୋଇ ହଷ୍ଟେଲରେ ରୁହନ୍ତି। ଭସାଣି ଦେଖିବା ପାଇଁ ଆସିଥିଲା ବେଳେ ଏଭଳି ଅଘଟଣ ଘଟିଛି।

Leave A Reply

Your email address will not be published.