ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୪ ଛାତ୍ର,୨ ନିଖୋଜ

0

ବାରିପଦା: ବାରିପଦାରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଶୁକ୍ରବାର ଘଟିଛି ବଡ ଅଘଟଣ। ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର। ସେମାନଙ୍କ ମଧ୍ୟରୁ ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି।

ସୂଚନାଯୋଗ୍ୟ, ବାରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଗଣେଶ ଭସାଣି ଦେଖିବାକୁ ଆସିଥିବା ସ୍ଥାନୀୟ ହଷ୍ଟେଲର ୪ଜଣ +୨ ଛାତ୍ର ନଦୀରେ ବୁଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଙ୍ଗେ ସଙ୍ଗେ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣ ଛାତ୍ର ନିଖୋଜ ଅଛନ୍ତି। ପ୍ରାୟ ୨ ଘଣ୍ଟା ହେଲାଣି ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର ଉଦ୍ୟମ ଜାରି ରହିଥିବା ବେଳେ ଏବେ ବି ସେମାନଙ୍କ ପତ୍ତା ମିଳିନି। ତେବେ ୪ ଜଣ ଯାକ ଆଦର୍ଶ ବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା ମିଳିଛି। ସେମାନେ ନିକଟସ୍ଥ ଘରୋଇ ହଷ୍ଟେଲରେ ରୁହନ୍ତି। ଭସାଣି ଦେଖିବା ପାଇଁ ଆସିଥିଲା ବେଳେ ଏଭଳି ଅଘଟଣ ଘଟିଛି।

Leave A Reply

Your email address will not be published.