ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

କେଜରିୱାଲଙ୍କୁ ମିଳିଲା ଜାମିନ

0

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜ୍ୱଳ ଭୁୟାଁଙ୍କ ବେଞ୍ଚ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି।

କେଜରିୱାଲଙ୍କୁ ସିବିଆଇ ଜୁନ ୨୬ରେ ଗିରଫ କରିଥିଲା। ଏହା ପରେ କେଜରିଓ୍ବାଲ ଏହି ଗିରଫଦାରୀକୁ ବେଆଇନ ବୋଲି କହି ଜାମିନ ଆବେଦନ କରିଥିଲେ। ସେପ୍ଟେମ୍ବର ୫ ରେ ଶେଷ ଶୁଣାଣିରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। କେଜରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିବାବେଳେ ସୁପ୍ରିମକୋର୍ଟ କହିଛନ୍ତି, ଚାର୍ଜସିଟ ଦାଖଲ ହୋଇସାରିଛି ଏବଂ ନିକଟ ଭବିଷ୍ୟତରେ ଏହାର ଶୁଣାଣି ଶେଷ ହେବ ନାହିଁ, ତେଣୁ ତାଙ୍କୁ ଦୀର୍ଘ ସମୟ ଜେଲରେ ରଖିବାର କୌଣସି ଯଥାର୍ଥତା ନାହିଁ। ତାଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ।

ସୂଚନାଯୋଗ୍ୟ, କେଜରିୱାଲ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ପଞ୍ଜିକୃତ ହୋଇଥିବା ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ ଦୁଇଟି ପୃଥକ ଆବେଦନ କରିଥିଲେ। ଏକ୍ସାଇଜ ପଲିସି ସ୍କାମ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି। ପ୍ରଥମ ଆବେଦନ ଉପରେ କୋର୍ଟ ସିବିଆଇ ଗିରଫକୁ ବୈଧ ବୋଲି ବିବେଚନା କରିଥିଲେ। ଦ୍ୱିତୀୟ ଆବେଦନ ଉପରେ ଏହି ରାୟ ଦେବାବେଳେ ବୋର୍ଡ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛି।

Leave A Reply

Your email address will not be published.