ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ସୀତାରାମ ୟେଚୁରୀଙ୍କ ହେବ ନାହିଁ ଦାହ ସଂସ୍କାର

0

ଗବେଷଣା ଏବଂ ଶିକ୍ଷା ଉଦ୍ଦେଶ୍ୟରେ ମୃତଦେହ ଏମ୍ସକୁ ଦାନ କରିବେ ପରିବାର
ନୂଆଦିଲ୍ଲୀ: ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ୟେଚୁରୀଙ୍କ ମୃତଦେହକୁ ଦାହ କରାଯିବ ନାହିଁ। ତେବେ ତାଙ୍କର ମୃତଦେହକୁ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ମୁଖ୍ୟାଳୟରେ ରଖାଯିବ। ଯେଉଁଠାରେ ଲୋକମାନେ ସେପ୍ଟେମ୍ବର ୧୪ରେ ସକାଳ ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାଙ୍କର ଶେଷ ଦର୍ଶନ କରିବେ ଏବଂ ଶ୍ରଦ୍ଧାଞ୍ଜଳି ଦେବେ। ଏହା ପରେ ତାଙ୍କର ମୃତଦେହ ଗବେଷଣା ଏବଂ ଶିକ୍ଷା ଉଦ୍ଦେଶ୍ୟରେ ଦିଲ୍ଲୀ ଏମ୍ସକୁ ପଠାଯିବ। ପରିବାର ତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ୭୨ ବର୍ଷିୟ ସୀତାରାମ ୟେଚୁରୀ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସୀତାରାମଙ୍କୁ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ନିମୋନିଆ ସମ୍ବନ୍ଧୀୟ ରୋଗ ହେତୁ ତାଙ୍କୁ ଏମ୍ସକୁ ଅଣାଯାଇଥିଲା। ସେ ଛାତି ସଂକ୍ରମଣରେ ପୀଡିତ ଥିଲେ। ଏହା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି।

Leave A Reply

Your email address will not be published.