ଛତିଶଗଡ଼: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି। ଛତିଶଗଡ଼ରେ ସୁକ୍ମାରରେ ଶନିବାର ଜଣେ ଶିକ୍ଷାଦୂତଙ୍କୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ।
ସୂଚନା ମୁତାବକ, ସ୍ଥାନୀୟ କିଛି ଶିକ୍ଷିତ ଯୁବକଙ୍କୁ ଉକ୍ତ ଅଞ୍ଚଳରେ ଶିକ୍ଷା ଦୂତ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଶିକ୍ଷାଦୂତଙ୍କ କାର୍ଯ୍ୟ ହେଲେ ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାଶୁଝା କରି ସ୍କୁଲ ଆଣିଥାନ୍ତି ଓ ପାଠ ପଢୁନଥିବା ପିଲାଙ୍କୁ ଶିକ୍ଷାର ମୂଲ୍ୟ ବୁଝାଇବା । ସୁକମାରେ ନକ୍ସଲଙ୍କ ଭୟରେ ବନ୍ଦ ଥିବା ସ୍କୁଲ ଖୋଲିଥିଲେ ଦୁଧି ଅର୍ଜୁନ। ଏହାକୁ ବିରୋଧ କରୁଥିଲେ ନକ୍ସଲ। ପୂର୍ବରୁ ସେମାନେ ଦୁଧି ଅର୍ଜନଙ୍କୁ ଧମକ ମଧ୍ୟ ଦେଇଥିଲେ । ହେଲେ ଦୁଧି ଅର୍ଜୁନ ସେମାନଙ୍କ ଧମକ ନ ଶୁଣିବାରୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରମୁଖ ଖବର
କିସ୍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି