ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଭାରତୀୟ ବୈଜ୍ଞାନିକ ତିଆରି କଲେ ସୋଲାର ପ୍ଲେନ୍‌

0

ଥରେ ଚାର୍ଜ କଲେ ୯୦ଦିନ ଆକାଶରେ ଉଡିବ
ବେଙ୍ଗାଲୁରୁ: ଭାରତୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି ସୌର ବିମାନ। ଯୁଦ୍ଧ ସମୟରେ ଶତ୍ରୁ ଉପରେ ନଜର ରଖିବା ଏବଂ ପର୍ଯ୍ୟବେକ୍ଷଣ ପାଇଁ ତିଆରି ହୋଇଛି ଏହି ସୌର ବିମାନ। ଏହି ବିମାନ ଥରେ ଚାର୍ଜ ହେଲେ ଲଗାତର ୯୦ ଦିନ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ। ପରୀକ୍ଷାମୂଳକ ଭାବେ ୧୦ ଘଣ୍ଟା ପାଇଁ ଏହାକୁ ସଫଳତାର ସହ ଉଡ଼ାଣ କରାଯାଇଛି।

ଏହାକୁ ବେଙ୍ଗାଲୁରୁର ଜାତୀୟ ଏରୋସ୍ପେସ୍‌ ଲାବୋରେଟୋରି (ଏନ୍‌ଏଏଲ୍‌) ଦ୍ୱାରା ବିକଶିତ କରାଯାଇଛି। ଏହି ସୌର ବିମାନ ସଂପୂର୍ଣ୍ଣ ମାନବବିହୀନ। ଯାହା ଷ୍ଟ୍ରାଟୋସ୍‌ଫେରିକ ସ୍ତରରେ ଉଡ଼ୁଛି ଏବଂ ୧୭-୨୦ କିଲୋମିଟର ଉଚ୍ଚତାରେ ଦିନରାତି କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ। ଏହି ବିମାନର ଏକ କିଲୋଗ୍ରାମର ଭାର ସହିତ ୨୪ ଘଣ୍ଟାର ଉଡ଼ାଣ କ୍ଷମତା ରହିଛି।ଏନଏଏଲ ଅନୁଯାୟୀ, ସୌର ବିମାନ ଯୁଦ୍ଧ ସମୟରେ ନିରନ୍ତର ନଜର ରଖିବା ସହିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ଭାବରେ କାର୍ଯ୍ୟ କରିପାରିବ।

Leave A Reply

Your email address will not be published.