ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ନଦୀକୁ ଡେଇଁଲେ ଅଧ୍ୟାପକ

0

ଡେରାବିଶ: ଲୁଣା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଳକ ଲୁଣାନଦୀର ବସୁପୁର ପୋଲ ଉପରୁ ପାଣିକୁ ଡେଇଁ ରବିବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ମାର୍ଶାଘାଇ ବ୍ଳକ ଆୟତିପୁର ପଞ୍ଚାୟତ ଅମୃତମଣି ପାଟଣା ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ପୁଅ ଚିନ୍ମୟ ନାୟକ (୪୦) ।

ସୂଚନା ମୁତାବକ, ଚିନ୍ମୟ କେନ୍ଦ୍ରାପଡ଼ା ସ୍ଥିତ ଏକ ଘରୋଇ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟକରୁଥିବା ବେଳେ ସେ ବର୍ଷ ତଳେ ସେ ବିବାହ କରିଥିଲେ। ତେବେ କାହିଁକି ଓ କେଉଁ କାରଣରୁ ଚିନ୍ମୟ ନଦୀକୁ ଡେଇଁଲେ ତାହାର କାରଣ ଜଣାପଡି ନାହିଁ। ତେବେ ପାରିବାରିକ କଳହରୁ ଏହା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ପୋଲ ଉପରେ ଚିନ୍ମୟ ତାଙ୍କ ସାଇକେଲ ଓ ଚପଲ ରଖି ନଦୀକୁ ଡେଇଁ ପଡ଼ିଥିବା ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି। ଏପରିକି ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆମ୍ଭ କରିଛି। ତେବେ ଚିନ୍ମୟଙ୍କ କୌଣସି ପତ୍ତା ମିଳିପାରି ନାହିଁ।

Leave A Reply

Your email address will not be published.