ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ନଦୀକୁ ଡେଇଁଲେ ଅଧ୍ୟାପକ

0

ଡେରାବିଶ: ଲୁଣା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଳକ ଲୁଣାନଦୀର ବସୁପୁର ପୋଲ ଉପରୁ ପାଣିକୁ ଡେଇଁ ରବିବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ମାର୍ଶାଘାଇ ବ୍ଳକ ଆୟତିପୁର ପଞ୍ଚାୟତ ଅମୃତମଣି ପାଟଣା ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ପୁଅ ଚିନ୍ମୟ ନାୟକ (୪୦) ।

ସୂଚନା ମୁତାବକ, ଚିନ୍ମୟ କେନ୍ଦ୍ରାପଡ଼ା ସ୍ଥିତ ଏକ ଘରୋଇ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟକରୁଥିବା ବେଳେ ସେ ବର୍ଷ ତଳେ ସେ ବିବାହ କରିଥିଲେ। ତେବେ କାହିଁକି ଓ କେଉଁ କାରଣରୁ ଚିନ୍ମୟ ନଦୀକୁ ଡେଇଁଲେ ତାହାର କାରଣ ଜଣାପଡି ନାହିଁ। ତେବେ ପାରିବାରିକ କଳହରୁ ଏହା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ପୋଲ ଉପରେ ଚିନ୍ମୟ ତାଙ୍କ ସାଇକେଲ ଓ ଚପଲ ରଖି ନଦୀକୁ ଡେଇଁ ପଡ଼ିଥିବା ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି। ଏପରିକି ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆମ୍ଭ କରିଛି। ତେବେ ଚିନ୍ମୟଙ୍କ କୌଣସି ପତ୍ତା ମିଳିପାରି ନାହିଁ।

Leave A Reply

Your email address will not be published.