ପ୍ରମୁଖ ଖବର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ଟଳିପଡ଼ିଲେ ସେବାୟତ
ନାମାଙ୍କନ ଭରିଲେ କେଜ୍ରିଓ୍ବାଲ

୨୩ ତାରିଖ ବେଳକୁ ବଙ୍ଗୋପସାଗର ରେ ପୁଣି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

0

ଭୁବନେଶ୍ବର: ଆସନ୍ତା ୨୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି କ୍ଷେତ୍ର ଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଉତ୍ତର ଓଡ଼ିଶା ତତ୍ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରି ପରବର୍ତ୍ତୀ ଦୁଇ ଦିନ ରେ ଉତ୍ତର ଛତିଶଗଡ ଦେଇ ଗତି କରିପାରେ ।

ପ୍ରଭାବ ରେ ଆସନ୍ତା ୨୨ ତାରିଖ ଠାରୁ ଉତ୍ତର ଉପକୂଳ ର ସ୍ଥାନେ ସ୍ଥାନେ ମଧ୍ୟମ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ୨୩ ତାରିଖ ରୁ ବର୍ଷା ର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୩-୨୪ ସେପ୍ଟେମ୍ବର ରେ ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର , କେଉଁଝର , ଢ଼େଙ୍କାନାଳ , ଅନୁଗୁଳ , ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ।

ସେହିପରି ୨୫ ତାରିଖ ରେ ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲାର ର ଅନେକ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୩ ଦିନ ଯାଏଁ ରାଜ୍ୟ ର ଅଳ୍ପ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ସାର୍ଥକ ମିଶ୍ର

Leave A Reply

Your email address will not be published.