ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟର ସବୁ ଜିଲାରେ ହେବ ମେଡିକାଲ କଲେଜ: ସ୍ୱାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ବଡ ଘୋଷଣା। ରାଜ୍ୟର ସମସ୍ତ ଜିଲାରେ ହେବ ମେଡିକାଲ କଲେଜ। ଗୁରୁବାର ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘୋଷଣା କରିଛନ୍ତି। ଖୁବଶୀଘ୍ର ଏଥି ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ହେବ। ଏହାବାଦ ଅନ୍ୟ ସବୁ ଜିଲାରେ ବି ମେଡିକାଲ କଲେଜ ହେବ।‘ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି।

ଶହେ ଦିନ ପୂର୍ତ୍ତି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରି କହିଛନ୍ତି,୨୭ ହଜାର ହସ୍ପିଟାଲରେ ଆୟୁଷ୍ମାନ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା ସୁବିଧା ମିଳିବ। ଖୁବଶୀଘ୍ର ୩ ହଜାର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତ ହେବେ। ପୁରୀ ମେଡିକାଲ କଲେଜରେ ନର୍ସିଂ କୋର୍ସ ଆରମ୍ଭ ହେବ। ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ଦିଆଯିବ କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ବ୍ୟବସ୍ଥା କରୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ସହିତ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରତିକ୍ରିୟା ରଖି କହିଛନ୍ତି ଅବସରପ୍ରାପ୍ତ ଅଭିଜ୍ଞ ଡାକ୍ତରମାନଙ୍କୁ ବିଭିନ୍ନ ମେଡିକାଲ କଲେଜରେ ପାଠ ପଢ଼ାଇବା ନିମନ୍ତେ ଯୋଜନା କରାଯାଉଛି।

Leave A Reply

Your email address will not be published.