ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କେନ୍ଦୁଝରରେ ହେବ ଜାତୀୟସ୍ତରର ଷ୍ଟାଡ଼ିୟମ : ମୁଖ୍ୟମନ୍ତ୍ରୀ

0

କେନ୍ଦୁଝର: ଶୁକ୍ରବାର ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ତାଙ୍କ ଗସ୍ତର ଦ୍ଵିତୀୟ ଦିନ। ଏହି ଗସ୍ତରେ କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାରି ଭିତରେ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ମର୍ଣିଂ ଓ୍ବାକ କରିବା ସହ ଚା’ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ସେଠାରେ ମୁଖ୍ୟମନ୍ତ୍ରୀ ନାଲି ଚା’ ବି ପିଇଥିଲେ। ଏଥିସହିତ ଆଲୋଚନାରେ କ୍ରୀଡା ପ୍ରତି ନିଜର ଆନୁଗତ୍ୟ ଦେଖାଇଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ଭଳି ଯୋଜନା କରି କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଛନ୍ତି। କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ, ଅଧିକ ପ୍ରତିଭା ସୃଷ୍ଟି କରାଯିବ। ମୁଁ ବି ଜଣେ ଖେଳାଳି। ମୁଁ ଫୁଟବଲ୍, କ୍ରିକେଟ୍ ଖେଳୁଥିଲି। ଭଲ ଭଲିବଲ୍ ବି ଖେଳୁଥିଲି। ଏନେଇ କେନ୍ଦୁଝରରେ ଜାତୀୟସ୍ତରର ଷ୍ଟାଡ଼ିୟମ କରିବାକୁ ପ୍ରୟାସ ମଧ୍ୟ କରିଛି। ବିଧାୟକ ଥିବା ବେଳେ କେନ୍ଦୁଝର ଷ୍ଟାଡ଼ିୟମ୍ ପାଇଁ ମୁଁ ଦାବି କରି ଆସୁଛି। କିନ୍ତୁ ପୂର୍ବ ସରକାର ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ହେଲେ ଏବେ କେନ୍ଦୁଝରରେ ଷ୍ଟାଡ଼ିୟମ୍ ହେବ। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା ସରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.