ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

କେନ୍ଦୁଝରରେ ହେବ ଜାତୀୟସ୍ତରର ଷ୍ଟାଡ଼ିୟମ : ମୁଖ୍ୟମନ୍ତ୍ରୀ

0

କେନ୍ଦୁଝର: ଶୁକ୍ରବାର ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ତାଙ୍କ ଗସ୍ତର ଦ୍ଵିତୀୟ ଦିନ। ଏହି ଗସ୍ତରେ କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାରି ଭିତରେ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ମର୍ଣିଂ ଓ୍ବାକ କରିବା ସହ ଚା’ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ସେଠାରେ ମୁଖ୍ୟମନ୍ତ୍ରୀ ନାଲି ଚା’ ବି ପିଇଥିଲେ। ଏଥିସହିତ ଆଲୋଚନାରେ କ୍ରୀଡା ପ୍ରତି ନିଜର ଆନୁଗତ୍ୟ ଦେଖାଇଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ଭଳି ଯୋଜନା କରି କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଛନ୍ତି। କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ, ଅଧିକ ପ୍ରତିଭା ସୃଷ୍ଟି କରାଯିବ। ମୁଁ ବି ଜଣେ ଖେଳାଳି। ମୁଁ ଫୁଟବଲ୍, କ୍ରିକେଟ୍ ଖେଳୁଥିଲି। ଭଲ ଭଲିବଲ୍ ବି ଖେଳୁଥିଲି। ଏନେଇ କେନ୍ଦୁଝରରେ ଜାତୀୟସ୍ତରର ଷ୍ଟାଡ଼ିୟମ କରିବାକୁ ପ୍ରୟାସ ମଧ୍ୟ କରିଛି। ବିଧାୟକ ଥିବା ବେଳେ କେନ୍ଦୁଝର ଷ୍ଟାଡ଼ିୟମ୍ ପାଇଁ ମୁଁ ଦାବି କରି ଆସୁଛି। କିନ୍ତୁ ପୂର୍ବ ସରକାର ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ହେଲେ ଏବେ କେନ୍ଦୁଝରରେ ଷ୍ଟାଡ଼ିୟମ୍ ହେବ। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା ସରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.