ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ରେଳ ଟ୍ରାକରୁ ମିଳିଲା ସିଲିଣ୍ଡର

0

କାନପୁର: ପୁଣି ବଡ ଦୁର୍ଘଟଣାରୁ ବର୍ତ୍ତିଲା ଆଉ ଏକ ଟ୍ରେନ୍। ଉତ୍ତରପ୍ରଦେଶ କାନପୁରରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ପାଇଁ ରଚାଯାଇଥିଲା ବଡ ଷଡଯନ୍ତ୍ର। କାନପୁର ଦେହାତ ଜିଲ୍ଲାରେ ପେରମ୍ବୁର ଷ୍ଟେସନ ରେଳ ଧାରଣାରୁ ସିଲିଣ୍ଡର ଠାବ ହୋଇଛି। ଯାହାକୁ ଦେଖିବା ପରେ କାନପୁରରୁ ପ୍ରୟାଗରାଜ ଯାଉଥିବା ଟ୍ରେନ ଅଟକାଇ ଦେଇଥିଲେ ପାଇଲଟ। ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନଟି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ନର୍ଥନ ସେଣ୍ଟ୍ରାଲ ରେଲଓ୍ବେର ପ୍ରୟାଗରାଜ ଡିଭିଜନର ପେରମ୍ଭୁ ରେଲଓ୍ବେ ଷ୍ଟେସନର ପାଖ ରେଲଓ୍ବେ ଟ୍ରାକରେ ଏକ ସିଲିଣ୍ଡର ପଡିଥିବାର ନଜର ଆସିଛି। ଏହି ବାଟ ଦେଇ ଏକ ମାଲବାହୀ ଟ୍ରେନ ଗତି କରିଥିବା ବେଳେ ପାଇଲଟ ଟ୍ରାକରେ ସିଲିଣ୍ଡର ଦେଖି ଏମର୍ଜେନ୍ସି ବ୍ରେକ୍ ଲଗାଇ ଅଟକିଯାଇଥିଲେ। ପରେ ଏନେଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

Leave A Reply

Your email address will not be published.