ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

୨୪ ତାରିଖ ଦିନ ଭୁବନେଶ୍ୱର ବନ୍ଦ

0

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ବିବାଦ ଦିନକୁ ଦିନ ବଢି ଚାଲିଛି। ଗତ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହିତ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ। ଏବେ ବିଜେଡି ଭୁବନେଶ୍ୱର ବନ୍ଦ ପାଇଁ ଡାକରା ଦେଇଛି।

୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ। ସକାଳ ୬ ରୁ ଦିନ ୧ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ ବିଜେଡି। ଭରତପୁର ଥାନାରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ଭୁବନେଶ୍ୱର ବନ୍ଦ ପାଳନ କରିବ ବିଜେଡି। ସେଥିପାଇଁ ଏହି ବନ୍ଦ ଡାକରା କରାଯାଇଛି ବୋଲି କହିଛନ୍ତି ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର। ଏଥିସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ପାଇଁ କହିଛନ୍ତି।

ବିଜେଡ଼ି ନେତାଙ୍କ କହିବା ଅନୁସାରେ, ଘଟଣାକୁ ଚପାଇ ଦିଆଯାଉଛି। ୧୪ ତାରିଖରେ ଘଟଣା ଘଟିଲା। ଯଦି ସରକାର ନ ଜାଣିଥିଲେ ହାଇକୋର୍ଟରେ ଜାମିନ ଦେବା ପୂର୍ବରୁ କାହିଁକି ୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଗଲା। କୋର୍ଟ ବେଲ ଦେବା ପର୍ଯ୍ୟନ୍ତ ଘଟଣା ସାମ୍ନାକୁ ଆସିନଥିଲା।

Leave A Reply

Your email address will not be published.