ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ରେଳ ଟ୍ରାକରୁ ମିଳିଲା ସିଲିଣ୍ଡର

0

କାନପୁର: ପୁଣି ବଡ ଦୁର୍ଘଟଣାରୁ ବର୍ତ୍ତିଲା ଆଉ ଏକ ଟ୍ରେନ୍। ଉତ୍ତରପ୍ରଦେଶ କାନପୁରରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ପାଇଁ ରଚାଯାଇଥିଲା ବଡ ଷଡଯନ୍ତ୍ର। କାନପୁର ଦେହାତ ଜିଲ୍ଲାରେ ପେରମ୍ବୁର ଷ୍ଟେସନ ରେଳ ଧାରଣାରୁ ସିଲିଣ୍ଡର ଠାବ ହୋଇଛି। ଯାହାକୁ ଦେଖିବା ପରେ କାନପୁରରୁ ପ୍ରୟାଗରାଜ ଯାଉଥିବା ଟ୍ରେନ ଅଟକାଇ ଦେଇଥିଲେ ପାଇଲଟ। ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନଟି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ନର୍ଥନ ସେଣ୍ଟ୍ରାଲ ରେଲଓ୍ବେର ପ୍ରୟାଗରାଜ ଡିଭିଜନର ପେରମ୍ଭୁ ରେଲଓ୍ବେ ଷ୍ଟେସନର ପାଖ ରେଲଓ୍ବେ ଟ୍ରାକରେ ଏକ ସିଲିଣ୍ଡର ପଡିଥିବାର ନଜର ଆସିଛି। ଏହି ବାଟ ଦେଇ ଏକ ମାଲବାହୀ ଟ୍ରେନ ଗତି କରିଥିବା ବେଳେ ପାଇଲଟ ଟ୍ରାକରେ ସିଲିଣ୍ଡର ଦେଖି ଏମର୍ଜେନ୍ସି ବ୍ରେକ୍ ଲଗାଇ ଅଟକିଯାଇଥିଲେ। ପରେ ଏନେଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

Leave A Reply

Your email address will not be published.