ପ୍ରମୁଖ ଖବର

ମହିଳା ଆରକ୍ଷଣ ବିଲ୍ ବିଫଳ, ପରିଣାମ ଭୋଗିବେ : ନରେନ୍ଦ୍ର ମୋଦୀ
ହର୍ମୁଜ ପ୍ରଣାଳୀରେ ଭାରତୀୟ ସୁପରଟ୍ୟାଙ୍କର୍‌ ଉପରେ ଗୁଳିମାଡ଼
ଗ୍ରୀଷ୍ମ ପ୍ରବାହ ପାଇଁ ଆସିଲା ନୂଆ ଏସ୍‌ଓପି
ମହିଳା ବିଲ୍ ବିଫଳ,ବିରୋଧୀଙ୍କ ଆକ୍ରମଣ, ‘ଗଣତନ୍ତ୍ରର ବିଜୟ’: ପ୍ରିୟଙ୍କା ଗାନ୍ଧୀ
‘ଏନର୍ଜି କ୍ୟାପିଟାଲ’ ହେବ ଅନୁଗୁଳ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଆତିଶୀ

0

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୁଇ ଦିନ ପୂର୍ବେ ବରିଷ୍ଠ ଆମ ଆଦମୀ ପାର୍ଟିର ନେତା ଆତିଶୀ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ ଦିଲ୍ଲୀ ସଚିବାଳୟରେ ପହଞ୍ଚି ସୋମବାର ମଧ୍ୟାହ୍ନ ୧୨ ଟାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ସୋମବାର ଦିଲ୍ଲୀ କ୍ୟାବିନେଟର ଏକ ବୈଠକ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ, ସୂଚନା ରହିଛି ଯେ ଦିଲ୍ଲୀ ବିଧାନସଭା ଅଧିବେଶନ ୨୬ ଏବଂ ୨୭ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।
ଅରବିନ୍ଦ କେଜରିୱାଲ ସରକାର ସମୟରେ ସେ କରିଥିବା ୧୩ ଟି ବିଭାଗକୁ ଅଟଳ ରଖିଛନ୍ତି। ଏହି ବିଭାଗଗୁଡ଼ିକରେ ଶିକ୍ଷା, ରାଜସ୍ବ, ଅର୍ଥ, ବିଦ୍ୟୁତ୍‌ ଏବଂ ଲୋକ ନିର୍ମାଣ ବିଭାଗ ଅନ୍ତର୍ଭୁକ୍ତ। ଆତିଶୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତାକାଲି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.