ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ଛୁରିରେ ଆକ୍ରମଣ ଉଦ୍ୟମ ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ କୋଲକାତାର କାଳୀଘାଟସ୍ଥିତ ତାଙ୍କ ବାସଭବନ ନିକଟରେ ଛୁରି ଧରି ପହଞ୍ଚିଥିବା ଜଣେ ମହିଳାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬ଟାରେ ମମତା ରାଜ୍ୟସଭା ସାଂସଦ ଦୋଳ ସେନ୍‌ଙ୍କ ସମେତ ଅନ୍ୟ ତୃଣମୂଳ କଂଗ୍ରେସ ନେତାଙ୍କ ସହ ନିଜ ଅଞ୍ଚଳର ମିଲନ ସଂଘ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନରେ ଯାଇଥିବାବେଳେ ଏହି ଘଟଣା ଘଟିଥିଲା। କାଳୀଘାଟ ଥାନାକୁ ଇ-ମେଲ୍‌ ଯୋଗେ ପଠାଯାଇଥିବା ଅଭିଯୋଗରେ ଦୋଳ ସେନ୍‌ କହିଛନ୍ତି ଯେ, ତନିଷ୍ଠା ଶାହା ନାମକ ମହିଳା ନିଶାସକ୍ତ ଅବସ୍ଥାରେ ମମତାଙ୍କୁ ଗାଳିଗୁଲଜ କରିବା ସହ ଛୁରି ଧରି ତାଙ୍କ ଆଡ଼କୁ ଆକ୍ରମଣାତ୍ମକ ଭାବେ ମାଡ଼ି ଆସିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ମମତାଙ୍କୁ ‘ପିସି’ ବା ପିଉସୀ ବୋଲି ସମ୍ବୋଧନ କରି ରାସ୍ତାରେ ବସି ହୋହଲ୍ଲା କରିଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।

ଘଟଣା ସମୟରେ ଉପସ୍ଥିତ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ସେ ସତର୍କ କରାଇଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରେ ହସ୍ତକ୍ଷେପ କରିନଥିବା ଦୋଳ ସେନ୍‌ ଅଭିଯୋଗ କରିଛନ୍ତି। ମମତା ଜେଡ୍‌-ପ୍ଲସ୍‌ ସୁରକ୍ଷା ପାଉଥିବାରୁ ଏହାକୁ ଏକ ଗୁରୁତର ସୁରକ୍ଷା ତ୍ରୁଟି ବୋଲି ସେ ଦର୍ଶାଇଛନ୍ତି। ଏହା ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଶଙ୍କା କରି ଅଭିଯୋଗ ସହ ଦାଖଲ ଫଟୋ ଓ ଭିଡିଓ ଯାଞ୍ଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ମହିଳାଙ୍କୁ ପଚରାଉଚରା କରାଯିବା ସହ ଘଟଣାର ଭିଡିଓ ଯାଞ୍ଚ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ। ଅନ୍ୟପକ୍ଷରେ, ଟିଏମ୍‌ସି ନେତା ସାକେତ ଗୋଖଲେ ମଧ୍ୟ ଏହି ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ସମ୍ଭାବ୍ୟ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.