ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି

0

ନୂଆଦିଲ୍ଲୀ: ପାର୍ବଣ ଋତୁରେ ରେଳ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରେଳବାଇର ୧୧,୪୦,୭୭୦ ଜଣ ଅଣଗେଜେଟେଡ୍‌ କର୍ମଚାରୀଙ୍କୁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍‌ (ପିଏଲ୍‌ବି) ପ୍ରଦାନ କରାଯିବ। ଏଥିପାଇଁ ୨,୦୦୯.୬୧ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ପ୍ରତି ଯୋଗ୍ୟ କର୍ମଚାରୀ ସର୍ବାଧିକ ୧୭,୯୫୧ ଟଙ୍କା ବୋନସ୍‌ ପାଇବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ଦୁର୍ଗାପୂଜା ଓ ଦଶହରା ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ଏହି ବୋନସ୍‌ ଦିଆଯାଇଥାଏ। କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେବା ଏବଂ ରେଳବାଇର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ। କ୍ୟାବିନେଟ୍‌ ବୈଠକ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଦିନରାତି ପରିଶ୍ରମ କରୁଥିବା ରେଳ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ବୋଲି କହିଛନ୍ତି। ଟ୍ରାକ୍‌ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍‌, ଟ୍ରେନ୍‌ ମ୍ୟାନେଜର, ଷ୍ଟେସନ୍‌ ମାଷ୍ଟର, ଟେକ୍ନିସିଆନ୍‌, ପଏଣ୍ଟସମ୍ୟାନ୍‌ ଓ ଅନ୍ୟ ଗ୍ରୁପ୍‌-ସି କର୍ମଚାରୀ ଏହି ବୋନସ୍‌ ପାଇବେ।

୨୦୨୫-୨୬ ଆର୍ଥିକ ବର୍ଷରେ ରେଳବାଇ ୧,୬୭୦ ନିୟୁତ ଟନ୍‌ ସାମଗ୍ରୀ ପରିବହନ କରିବା ସହ ୭.୪୧ ବିଲିୟନ ଯାତ୍ରୀଙ୍କୁ ପରିବହନ ସେବା ଯୋଗାଇଛି। ଏହି ସଫଳତାରେ କର୍ମଚାରୀଙ୍କ ଅବଦାନକୁ ଦୃଷ୍ଟିରେ ରଖି ବୋନସ୍‌ ପ୍ରଦାନ କରାଯାଉଛି।

Leave A Reply

Your email address will not be published.