ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଘରୋଇ କଲେଜରେ ବୋମାମାଡ଼

0

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ କଲେଜରେ ବୋମାମାଡ଼। ପୂର୍ବଶତ୍ରୁତାରୁ ବୋମାମାଡ଼, ଏକାଧିକ କଲେଜ ଛାତ୍ର ଆହତ। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରଫିଲ୍ଡ ଥାନାରେ ଏତଲା ଦିଆଯାଇଛି।

ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଘରୋଇ କଲେଜରେ ହୋଇଥିବା ବୋମାମାଡ଼ ଘଟଣାରେ ଭିଡିଓ ସାମ୍ନାକୁ ଆସିଛି। ଶତାଧିକ ଯୁବକ ଗଣ୍ଡଗୋଳ କରିବା ସହ ବୋମାମାଡ଼ କରିଛନ୍ତି। ରଣକ୍ଷେତ୍ର ପାଲଟିଥିଲା କଲେଜ କ୍ୟାମ୍ପସ। ଭାଇଗିରି ଦେଖାଇବା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ସହ ବୋମାମାଡ଼ ହୋଇଥିବା ଜଣାପଡିଛି।

ରାତି ଅଧରେ ରଣକ୍ଷେତ୍ର ପାଲଟିଥିଲା କଲେଜ କ୍ୟାମ୍ପସ। ପୋଲିସ ଉପରେ ମଧ୍ୟ ହୋଇଛି ଆକ୍ରମଣ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାରେ ଶତାଧିକ ଛାତ୍ର ସାମିଲ ଥିବା ଜଣାପଡିଛି। ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଗାଏବ ହୋଇଯାଇଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲେଜକୁ ସାଇନ ଏ ଡାଏ ଘୋଷଣା କରାଯାଇଛି।

Leave A Reply

Your email address will not be published.