ପ୍ରମୁଖ ଖବର

ୟନାଡରୁ ଉପ-ନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଆଲଜିୟର୍ସସ୍ଥିତ ସିଦି ଅବ୍ଦେଲା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପୋଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜନୀତି ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ
ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା
କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ମହାରାଷ୍ଟ୍ର ସରକାର
ଭାଜପାର ଦିଲ୍ଲୀ ନିର୍ବାଚନ ଇନଚାର୍ଜ ହେଲେ ବୈଜୟନ୍ତ ପଣ୍ଡା
ସଲମାନ୍‌ଙ୍କୁ ମିଳିଲା ୱାଇ ପ୍ଲସ୍‌ ସିକ୍ୟୁରିଟି

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ

0

ଭୁବନେଶ୍ବର; ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। କଟକ ମହାନଗର ନିଗମ କମିଶନର ଭାବେ ଅନାମ ଚରଣ ପାତ୍ର ନିଯୁକ୍ତ ହୋଇଛନ୍ତି। ସେହିପରି କଳ୍ପତରୁ ବେହେରା ହେଲେ କଟକ ମହାନଗର ନିଗମ ଅତିରିକ୍ତ କମିଶନର । ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ମଧୁମିତା ରଥ ନିଜ ଦାୟିତ୍ୱ ସହ ‘ଉତ୍କଳିକା’ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ।

ସେହିଭଳି ପ୍ରଦୀପ କୁମାର ରାଉତଙ୍କୁ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଡିଏମ୍‌ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

ରତ୍ନାକର ସାହୁଙ୍କୁ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍‌ ଭାବେ ବଦଳି କରାଯାଇଛି। ଯାଜପୁର ଜିଲ୍ଲା କଳିଙ୍ଗନଗରର ଏଡିଏମ୍‌ ଥିବା ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଏଡିଏମ୍‌ ଭାବେ ବଦଳି କରାଯାଇଛି। ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର ଭାବେ କଟକକୁ ବଦଳି କରାଯାଇଛି। ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୋଳ ଏଡିଏମ୍‌ ଭାବେ ବଦଳି କରାଯାଇଛି। ବସନ୍ତ କୁମାର ସେଠୀଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ଦରିଦ୍ରଭଞ୍ଜ ଏମ୍‌ ଏମ୍‌ ପାତ୍ରଙ୍କୁ ବାଲେଶ୍ୱର-ମୟୂରଭଞ୍ଜ ମେଜର ସେଟେଲମେଣ୍ଟ ଅଫିସର ଭାବେ ବାରିପଦାକୁ ବଦଳି କରାଯାଇଛି। ଭୁବନେଶ୍ୱର ସ୍ଥିତ ସିଡିଆଇ ଅଫିସରେ ଏସ୍‌ଆର ଭାବେ କାର୍ଯ୍ୟ କରୁଥିବା ଦିପ୍ତୀରଞ୍ଜନ ବେହେରାଙ୍କୁ ପୂର୍ତ୍ତ ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଜଗତସିଂହପୁରର ପାରାଦୀପର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଭାବେ ବଦଳି କରାଯାଇଛି। ପାରାଦୀପରେ ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ ଭାବେ କାର୍ଯ୍ୟ କରୁଥିବା ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦର ସିଡିଓ-କମ୍‌-ଇଓ ଭାବେ ବଦଳି କରାଯାଇଛି।
ସେହିଭଳି ରାଇରଙ୍ଗପୁରର ପୂର୍ବତନ ସବ୍‌-କଲେକ୍ଟର ସରୋଜ କୁମାର ଦାଶଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ସରୋଜ କୁମାର ବେହେରାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ବଣାଇର ପୂର୍ବତନ ସବ୍‌-କଲେକ୍ଟର ସୂରଞ୍ଜନ କୁମାର ସାହୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଭାବେ ବଦଳି କରାଯାଇଛି।

ଜାଗା ମିଶନ ଓଏସ୍‌ଡି ସଞ୍ଜୟ କୁମାର ରାଉତଙ୍କୁ ଓଡ଼ିଶା ଷ୍ଟେଟ ବେଭେରେଜ୍ କର୍ପୋରେସନ (ଓଏସ୍‌ବିସି)ର ମହାପ୍ରବନ୍ଧକ ଭାବେ ବଦଳି କରାଯାଇଛି। ବାଲେଶ୍ୱରର ଅତିରିକ୍ତ ସବ୍‌-କଲେକ୍ଟର ଶୁଭଶ୍ରୀ ରଥଙ୍କୁ ନୀଳଗିରି ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ତାଳଚେରର ପୂର୍ବତନ ସବ୍‌-କଲେକ୍ଟର ମନୋଜ କୁମାର ତ୍ରିପାଠୀଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଭାବେ ବଦଳି କରାଯାଇଛି। ଆଲୋକ କୁମାର ପଟେଲଙ୍କୁ ବଲାଙ୍ଗିର ସବ୍‌-କଲେକ୍ଟର ଓ ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଭାବେ କାର୍ଯ୍ୟ କରୁଥିବା ଦିଲ୍ଲୀପ କୁମାର ବେହେରାଙ୍କୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ଆଠଗଡ଼ ପୂର୍ବତନ ସବ୍‌-କଲେକ୍ଟର ପ୍ରଶାନ୍ତ କୁମାର ତରାଇଙ୍କୁ ଜଗତସିଂହପୁର ସବ୍‌-କଲେକ୍ଟର ଭାବେ ନିଯୁକ୍ତି ମିଳିଛି।

ପ୍ରଭାତ କୁମାର ପରିଡ଼ାଙ୍କୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସବ୍‌-କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି। ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ପ୍ରସନ୍ନ କୁମାର ପଣ୍ଡାଙ୍କୁ ବରଗଡ଼ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ଜଗତସିଂହପୁର ଅତିରିକ୍ତ ସବ୍‌-କଲେକ୍ଟର ବିଭୂତି ଗଡ଼ନାଏକଙ୍କୁ ଢେଙ୍କାନାଳ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ବ୍ରହ୍ମପୁର ଅତିରିକ୍ତ ସବ୍‌-କଲେକ୍ଟର ଗୌରବମୟ ପ୍ରଧାନଙ୍କୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ବାରିପଦା ଆଇଟିଡିଏ ପିଏ ଥିବା ପ୍ରଣୟ ରଞ୍ଜନ ବେହେରାଙ୍କୁ କେନ୍ଦୁଝର ପୌରପାଳିକାର କାର୍ଯ୍ୟନିବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

ପୂର୍ବତନ ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶମ୍ଭୁନାଥ ନନ୍ଦିଙ୍କୁ କନ୍ଧମାଳ ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଭାବେ ନିଯୁକ୍ତ କରାଯାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ସବ୍‌-କଲେକ୍ଟର ସଂଯୁକ୍ତା ମାଝୀଙ୍କୁ ରାୟଗଡ଼ାର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗଙ୍କୁ ଝାରସୁଗୁଡ଼ା ପିଡି ଭାବେ ନିଯୁକ୍ତି ଦିଆଯାଇଛି। ଢେଙ୍କାନାଳ ସବ୍‌-କଲେକ୍ଟର ସପନ କୁମାର ନନ୍ଦଙ୍କୁ ଯାଜପୁରର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Leave A Reply

Your email address will not be published.