ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅଧା ରାସ୍ତାରେ ଯୁବତୀ ମୃତ

0

ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ

କଳାହାଣ୍ଡି: ସରକାର ଯୋଜନା ଉପରେ ଯୋଜନା କରିଚାଲିଥିବା ବେଳେ ରୋଗୀ ସେବା ପାଇଁ ଆମ ରାଜ୍ୟରେ ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ଟିଏ ନାହିଁ। ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନ ପାରିବାରୁ ରାସ୍ତାରେ ଜଣେ ଯୁବତୀଙ୍କୁ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ସଦର ବ୍ଲକ ଯୁଗସାଏପାଟଣା ମାଣ୍ଡିଆବିରି ଗାଁରେ।

ସୂଚନା ଅନୁଯାୟୀ, ମାଣ୍ଡିଆବିରି ଗାଁରେ ଜଣେ ଯୁବତୀ ଅସୁସ୍ଥ ହୋଇପଡିଥିଲେ। ଏନେଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଗାଁକୁ ଆସଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଆସି ନ ପାରି ୫କି.ମି ଦୂରରେ ଅଟକି ରହିଥିଲା। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଯୁବତୀଙ୍କୁ ଧରି ଚାଳିକି ଆମ୍ବୁଲାନ୍ସ ପାଖକୁ ଆସୁଥିଲେ। ହେଲେ ଆମ୍ବୁଲାନ୍ସ ପାଖକୁ ଆଣିବା ପୂର୍ବରୁ ଅଧା ରାସ୍ତାରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ପରିବାର ଲୋକେ ମୃତଦେହ ଧରି ଅଧାବାଟରୁ ଘରକୁ ଫେରିଯାଇଥିବା ଜଣାପଡିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.