ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ପାଣିକୁ ଖସିଲା ବାୟୁସେନା ହେଲିକପ୍ଟର

0

ମୁଜାଫରପୁର: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ବନ୍ୟା ପାଣିକୁ ଖସିପଡ଼ିଛି। ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ ଯାଉଥିବାବେଳେ ହେଲିକପ୍ଟରଟି ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ପାଣି ଭିତରକୁ ଖସିପଡିଥିଲା। ହେଲିକପ୍ଟରରେ ଦୁଇ ଜଣ ପାଇଲଟଙ୍କ ସମେତ ୩ ଜଣ କର୍ମଚାରୀ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ ସୂଚନା ରହିଛି।

ବାୟୁସେନା କହିଛି ଯେ, ବିହାରରେ ଏବେ ବନ୍ୟା ସ୍ଥିତି ଲାଗିରହିଛି। ଏନେଇ ସୀତାମଢୀ ସେକ୍ଟରରେ ବନ୍ୟା ସହାୟତା କାର୍ଯ୍ୟରେ ରିଲିଫ ବଣ୍ଟନ ସମୟରେ ହେଲିକ୍ୟାପ୍ଟରଟିକୁ ଅବତରଣ କରିବାକୁ ପଡିଥିଲା। ଏହି ସମୟରେ ପାଣି ଭିତରେ ଗଳିପଡିଥିଲା। ହେଲିକ୍ୟାପ୍ଟରରେ ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ କର୍ମଚାରୀ ସୁରକ୍ଷିତ ଅଛନ୍ତି।

Leave A Reply

Your email address will not be published.