ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ପୁଣେରେ ହେଲିକପ୍ଟର ଦୁର୍ଘଟଣା, ୩ ମୃତ

0

ପୁଣେ: ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣା। ମହାରାଷ୍ଟ୍ର ପୁଣେରେ ଏକ ପ୍ରାଇଭେଟ ହେଲିକପ୍ଟର କ୍ରାଶ ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ୨ ଜଣ ଇଂଜିନିୟର ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ମହାରାଷ୍ଟ୍ର ପୁଣେ ଜିଲ୍ଲାର ବାବଧାନ ବୁଦ୍ରୁକ ଗାଁରେ ହେଲିକପ୍ଟର କ୍ରାଶ ହୋଇଛି। ଏନେଇ ଗାଁ ଲୋକେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଆଜି ସକାଳ ପ୍ରାୟ ୬ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ହେଲିକ୍ୟାପ୍ଟରଟି ନିକଟସ୍ଥ ଏକ ହେଲିପ୍ୟାଡରୁ ଉଡାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପ୍ରଶମନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.