ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା

0

ଆସିଲା ବାଘ ଗଣନା ରିପୋର୍ଟ

ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ ବାଘ

ଭୁବନେଶ୍ବର; ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ପ୍ରଥମଥର ବନ ବିଭାଗ ପକ୍ଷରୁ ନିଜସ୍ୱ କଲରାପତରିଆ ବାଘ ଗଣନା କରାଯାଇଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍‌ ପ୍ରିଣ୍ଟ୍‌ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି।

ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ। ରିପୋର୍ଟ କହୁଛି, ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ରହିଛନ୍ତି। ତେବେ ୨୦୨୨ର ଏନଟିସିଏ ରିପୋର୍ଟ ଅନୁସାରେ ୫୬୮ କଲରାପତରିଆ ବାଘ ଥିବା ବେଳେ ଏବେ ଏହାର ସଂଖ୍ୟା ୬୯୬କୁ ବୃଦ୍ଧି ହୋଇଛି। ତେବେ ୨୦୧୮ରେ ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିବା ବେଳେ ୨୦୨୨କୁ ଏହାର ସଂଖ୍ୟା ୨୫.୨୬ ପ୍ରତିଶତ କମିଯାଇଥିଲା।

ତେବେ ରାଜ୍ୟରେ ମୁଖ୍ୟତଃ ରାୟଗଡା, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ ଏବଂ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ। ତେବେ ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ବହୁ ସଂଖ୍ୟାର କଲରାପତରିଆଙ୍କୁ ସୁହାଇଲା ଭଳି ପରିବେଶ ରହିଛି।

Leave A Reply

Your email address will not be published.