ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବଦଳିବ ସରକାରୀ କୋଠାର ରଙ୍ଗ

0

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବଡ ନିଷ୍ପତ୍ତି। ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ କରାଯାଇ ଗୋଟିଏ ରଙ୍ଗ ହେବ। ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ କରାଯିବ। ଏନେଇ ଆଜି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲଟିଡି ଇଆଇସି ତଥା ଏମଡିଙ୍କୁ ଚିଠି କରାଯାଇଛି। ଏହା ସହିତ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରାଯାଇଛି।

ତେବେ ସରକାରୀ କୋଠାର ବାହାର ପଟ କମଳା ଓ ନାଲି ବର୍ଡ଼ର ରହିବ। ସେହିପରି କାର୍ଯ୍ୟକ୍ଷମ କୋଠାଗୁଡ଼ିକର ମରାମତି ଓ ନବୀକରଣ କାର୍ଯ୍ୟ ବେଳେ ସେଗୁଡ଼ିକର ବାହାର ପଟକୁ କମଳା ସହିତ ରେଡ୍ ଶେଡ୍ ବର୍ଡର ଦେଇ ରଙ୍ଗ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ନୂଆ ସରକାର ଆସିବା ପରେ ନିକଟରେ ସରକାର ବିଦ୍ୟାଳୟର ୟୁନିଫର୍ମ ରଙ୍ଗ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.