ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଦାୟିତ୍ୱ ଭାର ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

0

ଭୁବନେଶ୍ବର: ଦାୟିତ୍ବ ଭାର ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ। ଓପିଏସସି ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଡିଜିପି ଅରୁଣ ଷଡଙ୍ଗୀ। ତେବେ ଗତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ସେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ତେବେ ଗତକାଲି ସେ ରାଜ୍ୟ ପୋଲିସ୍ ପ୍ରଶାସନ ଡିଜିପି ଭାବେ ଭିଆରସ ନେଇଥିବା ବେଳେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ପୂର୍ବରୁ ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଏବେ ଅରୁଣ ଷଡ଼ଙ୍ଗୀଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ତେବେ ଏହାକୁ ନେଇ ଅରୁଣ କହିଛନ୍ତି, ପରୀକ୍ଷାରେ ସ୍ବଚ୍ଛତା ଏବଂ ସଠିକ୍ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯିବ। ଯେମିତି ଓପିଏସସିକୁ ନେଇ କେହି ପ୍ରଶ୍ନ ଉଠାଇବେ ନାହିଁ ତାହା ଉପରେ ଗୁରୁତ୍ବାରୋପ କରାଯିବ। ତେବେ ୟୁନିଫର୍ମକୁ ସେ ବହୁତ ମନେ ପକାଇବେ ବୋଲି କହିଛନ୍ତି ଅରୁଣ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଗୁରୁ ଦାୟିତ୍ୱ ମିଳିଛି, ସୂଚାରୁ ରୂପେ ତୁଲାଇବି। ଓପିଏସସି ପରୀକ୍ଷାରେ଼ ସ୍ୱଚ୍ଛତା, ସଠିକ ମୂଲ୍ୟାୟନ ଓ ସନ୍ଦେହ ବିହୀନ ପରୀକ୍ଷା ପରିଚାଳନା କରିବା ସବୁଠୁ ବଡ଼ ଦାୟିତ୍ୱ ରହିବ। କେହି ଯେପରି ଓପିଏସସିର ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଇବେନି ସେ ନେଇ ସବୁ ପଦକ୍ଷେପ ନିଆଯିବ। ଯଦି କୌଣସି ଆଶାୟୀ କାହାକୁ ଆପ୍ରୋଚ କରି କିମ୍ବା ପଇସା ଦେଇକି ଚାକିରି କରିବାକୁ ଆଶା ରଖୁଥିବେ, ତାହା ହେଲେ ସେହି ଆଶାୟୀ ଜଣଙ୍କ ଜାଣି ରଖିବା ଦରକାର ସେ ଲୋକଟା ତାଙ୍କୁ ଠକୁଛି। ଆଶାୟୀ ଜଣଙ୍କ ସେଥିରୁ ନିବୃତ୍ତ ରୁହନ୍ତୁ।

ଅରୁଣ ଷଡ଼ଙ୍ଗୀ କହିଛନ୍ତି, ସାଢ଼େ ୩୩ ବର୍ଷ ହେବ ମୁଁ ପୁଲିସ ବିଭାଗରେ ଚାକିରି କରିଥିଲି। ଚାକିରି ଅବଧିର ୧୦ ମାସ ପୂର୍ବରୁ ଅବସର ନେଇଛି। ମୁଁ ମୋ ବର୍ଦ୍ଦିକୁ ଭାରି ଭଲ ପାଏ। ଅବସର ନେବା ପରେ ମୁଁ ଆଉ କେବେ ବର୍ଦ୍ଦି ପିନ୍ଧି ପାରବି ନାହିଁ ଭାବି ମୋତେ କଷ୍ଟ ହେଉଛି। ବର୍ଦ୍ଦି ମୋର ପରିଚୟ ଥିଲା। ସାଢ଼େ ୩୩ ବର୍ଷ ଚାକିରି କାଳରେ ସମସ୍ତଙ୍କ ଶୁଭେଚ୍ଛା ଓ ସହଯୋଗ ମୋତେ ମିଳିଛି ବୋଲି କହିଛନ୍ତି ଅରୁଣ ଷଡ଼ଙ୍ଗୀ।

Leave A Reply

Your email address will not be published.