ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଦାୟିତ୍ୱ ଭାର ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

0

ଭୁବନେଶ୍ବର: ଦାୟିତ୍ବ ଭାର ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ। ଓପିଏସସି ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଡିଜିପି ଅରୁଣ ଷଡଙ୍ଗୀ। ତେବେ ଗତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ସେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ତେବେ ଗତକାଲି ସେ ରାଜ୍ୟ ପୋଲିସ୍ ପ୍ରଶାସନ ଡିଜିପି ଭାବେ ଭିଆରସ ନେଇଥିବା ବେଳେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ପୂର୍ବରୁ ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଏବେ ଅରୁଣ ଷଡ଼ଙ୍ଗୀଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ତେବେ ଏହାକୁ ନେଇ ଅରୁଣ କହିଛନ୍ତି, ପରୀକ୍ଷାରେ ସ୍ବଚ୍ଛତା ଏବଂ ସଠିକ୍ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯିବ। ଯେମିତି ଓପିଏସସିକୁ ନେଇ କେହି ପ୍ରଶ୍ନ ଉଠାଇବେ ନାହିଁ ତାହା ଉପରେ ଗୁରୁତ୍ବାରୋପ କରାଯିବ। ତେବେ ୟୁନିଫର୍ମକୁ ସେ ବହୁତ ମନେ ପକାଇବେ ବୋଲି କହିଛନ୍ତି ଅରୁଣ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଗୁରୁ ଦାୟିତ୍ୱ ମିଳିଛି, ସୂଚାରୁ ରୂପେ ତୁଲାଇବି। ଓପିଏସସି ପରୀକ୍ଷାରେ଼ ସ୍ୱଚ୍ଛତା, ସଠିକ ମୂଲ୍ୟାୟନ ଓ ସନ୍ଦେହ ବିହୀନ ପରୀକ୍ଷା ପରିଚାଳନା କରିବା ସବୁଠୁ ବଡ଼ ଦାୟିତ୍ୱ ରହିବ। କେହି ଯେପରି ଓପିଏସସିର ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଇବେନି ସେ ନେଇ ସବୁ ପଦକ୍ଷେପ ନିଆଯିବ। ଯଦି କୌଣସି ଆଶାୟୀ କାହାକୁ ଆପ୍ରୋଚ କରି କିମ୍ବା ପଇସା ଦେଇକି ଚାକିରି କରିବାକୁ ଆଶା ରଖୁଥିବେ, ତାହା ହେଲେ ସେହି ଆଶାୟୀ ଜଣଙ୍କ ଜାଣି ରଖିବା ଦରକାର ସେ ଲୋକଟା ତାଙ୍କୁ ଠକୁଛି। ଆଶାୟୀ ଜଣଙ୍କ ସେଥିରୁ ନିବୃତ୍ତ ରୁହନ୍ତୁ।

ଅରୁଣ ଷଡ଼ଙ୍ଗୀ କହିଛନ୍ତି, ସାଢ଼େ ୩୩ ବର୍ଷ ହେବ ମୁଁ ପୁଲିସ ବିଭାଗରେ ଚାକିରି କରିଥିଲି। ଚାକିରି ଅବଧିର ୧୦ ମାସ ପୂର୍ବରୁ ଅବସର ନେଇଛି। ମୁଁ ମୋ ବର୍ଦ୍ଦିକୁ ଭାରି ଭଲ ପାଏ। ଅବସର ନେବା ପରେ ମୁଁ ଆଉ କେବେ ବର୍ଦ୍ଦି ପିନ୍ଧି ପାରବି ନାହିଁ ଭାବି ମୋତେ କଷ୍ଟ ହେଉଛି। ବର୍ଦ୍ଦି ମୋର ପରିଚୟ ଥିଲା। ସାଢ଼େ ୩୩ ବର୍ଷ ଚାକିରି କାଳରେ ସମସ୍ତଙ୍କ ଶୁଭେଚ୍ଛା ଓ ସହଯୋଗ ମୋତେ ମିଳିଛି ବୋଲି କହିଛନ୍ତି ଅରୁଣ ଷଡ଼ଙ୍ଗୀ।

Leave A Reply

Your email address will not be published.