ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ

0

ଭୁବନେଶ୍ବର: ଆଜିଠୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଶଙ୍ଖଭବନରେ ଶୁଭାରମ୍ଭ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଦଳର ପ୍ରଥମ ସଭ୍ୟ ହେଲେ ନବୀନ ପଟ୍ଟନାୟକ। ଏହା ସହ ଜିଲ୍ଲା ସଦର ମହକୁମାରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଫୋକସରେ ଅଛନ୍ତି ଛାତ୍ର ଓ ମହିଳା।

ଉଭୟ ଅନଲାଇନ ଓ ଅଫଲାଇନ୍ ରେ ସଭ୍ଯ ସଂଗ୍ରହ କରାଯିବ। କୋଟିଏ ସଭ୍ଯ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ବିଜେଡି। ପ୍ରଥମ ସଦସ୍ୟତା ନବୀକରଣ କରିବେ ନବୀନ। ପରେ ଦଳର ବରିଷ୍ଠ ନେତାମାନେ ସଦସ୍ୟତା ନବୀକରଣ କରିବେ। ଏହାପରେ ନୂଆ ସଦସ୍ୟ ପାର୍ଟି ସହ ଯୋଡ଼ି ହେବେ। ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ। ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ। ଉଭୟ ଅନଲାଇନ ଓ ଅଫ ଲାଇନରେ ସଦସ୍ୟ ଅଭିଯାନ ଚାଲିବ। ଏଥିରେ ଛାତ୍ର ଓ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ।

ପରବର୍ତ୍ତୀ ସମୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ। ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ। ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ। ଏଥର ମଧ୍ୟ ଏକ କୋଟି ସଦସ୍ୟତା ଲକ୍ଷ୍ୟ ଛୁଇଁବାକୁ ବିଜେଡି ଟାର୍ଗେଟ ରଖିଛି।

ତେବେ ଏଥର ନୂଆ ସଦସ୍ୟ ସହ ଗତ ଥରର ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯିବ। ନବୀନ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିବା ସହ ସାରା ରାଜ୍ୟରେ ବିଜେଡି ଆରମ୍ଭ କରିବ ସଦସ୍ୟ ସଂଗ୍ରହର ମେଗା ଅଭିଯାନ। ଯାହା ଆସନ୍ତା ଦୁଇ ମାସ ଯାଏଁ ଚାଲିବ। ପ୍ରତି ୩ ବର୍ଷରେ ଥରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୋଇଥାଏ ।

Leave A Reply

Your email address will not be published.