ପ୍ରମୁଖ ଖବର

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୮ ପ୍ଲଟ୍ ସହ ବିପୁଳ ସମ୍ପତ୍ତି ଠାବ
ରାଜଧାନୀ ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର
ନରସିଂହ ସ୍ୱାମୀ ମନ୍ଦିରର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଗୁରୁତର
ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ବାତିଲ
୫୧ ଲକ୍ଷ ଚାଷୀଙ୍କୁ ୧ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
କୋଲକତା: ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ଜୀବନ୍ତ ଦଗ୍ଧ
୨୦୨୬ ସୁଦ୍ଧା ମିଳିମିଳା-ରୁବେଲାମୁକ୍ତ ହେବ ଓଡିଶା : ସ୍ୱାସ୍ଥ୍ୟ ମନ୍ତ୍ରୀ
ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଲେ ସରକାର

ଏୟାର ପ୍ରେସର ଟାଙ୍କି ଫାଟି ଗ୍ୟାରେଜ ମାଲିକଙ୍କ ମୃତ୍ୟୁ

0
  • ଟ୍ରକ ଚକାରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି
  • ଗ୍ୟାରେଜ ମାଲିକଙ୍କର ମୃତ୍ୟୁ

ଖୋର୍ଦ୍ଧ : ଗାଡ଼ିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି। ଆଉ ଘଟଣାସ୍ଥଳରେ ଗ୍ୟାରେଜ ମାଲିକଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ ଗାଡ଼ିଆ ଛକରେ ନିକଟ ମାଆ ଭଗବତୀ ଟାୟାର ପ୍ରେସର ନାମକ ଦୋକାନରେ ସକାଳୁ ଟାୟାର ପ୍ରେସର୍ ଦେଉଥିବା ବେଳେ କୌଣସି କାରଣରୁ ଟାଙ୍କି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ବୋମାମାଡ଼ ଭଳି ଶବ୍ଦ ହୋଇଥିଲା। ବିସ୍ଫୋରଣରେ ନବ କିଶୋରଙ୍କର ଗଣ୍ଡିମୁଣ୍ଡ ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକ ଗ୍ୟାରେଜ ମାଲିକ ହେଲେ ନବଘନ ପରିଡ଼ା। ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆହତ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.