ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଏୟାର ପ୍ରେସର ଟାଙ୍କି ଫାଟି ଗ୍ୟାରେଜ ମାଲିକଙ୍କ ମୃତ୍ୟୁ

0
  • ଟ୍ରକ ଚକାରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି
  • ଗ୍ୟାରେଜ ମାଲିକଙ୍କର ମୃତ୍ୟୁ

ଖୋର୍ଦ୍ଧ : ଗାଡ଼ିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି। ଆଉ ଘଟଣାସ୍ଥଳରେ ଗ୍ୟାରେଜ ମାଲିକଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ ଗାଡ଼ିଆ ଛକରେ ନିକଟ ମାଆ ଭଗବତୀ ଟାୟାର ପ୍ରେସର ନାମକ ଦୋକାନରେ ସକାଳୁ ଟାୟାର ପ୍ରେସର୍ ଦେଉଥିବା ବେଳେ କୌଣସି କାରଣରୁ ଟାଙ୍କି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ବୋମାମାଡ଼ ଭଳି ଶବ୍ଦ ହୋଇଥିଲା। ବିସ୍ଫୋରଣରେ ନବ କିଶୋରଙ୍କର ଗଣ୍ଡିମୁଣ୍ଡ ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକ ଗ୍ୟାରେଜ ମାଲିକ ହେଲେ ନବଘନ ପରିଡ଼ା। ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆହତ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.