ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ

0

ନର୍ଲା: କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ଧନେଶ୍ୱର ମାଝୀଙ୍କ ବୁଧବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ମଙ୍ଗଳବାର ରାତିରେ ତାଙ୍କ ନିଜ ବାସଭବନରେ ଛାତିରେ ଯାନ୍ତ୍ରଣା ହୋଇଥିଲା। ବୁଧବାର ସକାଳେ ତାଙ୍କ ଦୁଇ ପୁତୁରା ସହ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

କେସିଙ୍ଗାସ୍ଥିତ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ତିନି ଥର ବିଧାୟକ ରହି ସରିଥିବାବେଳେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ। ତାଙ୍କ ପରଲୋକ ଖବର ଜଣାପଡିବା ପରେ ଜିଲାରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ଘଟଣା ଶୁଣିବା ପରେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଯୁବ ସମାଜସେବୀ ଶିଲୁ ପଡିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଦୁଃଖ ପ୍ରକାଶ କରଛନ୍ତି। ବର୍ତ୍ତମାନ ଧନେଶ୍ୱରଙ୍କ ଅନ୍ତିମ ସଂସ୍କାର ପାଇଁ ନିଜ ଗ୍ରାମକୁ ନିଆଯାଇଛି।

Leave A Reply

Your email address will not be published.