ଜାପାନ: ୨୦୨୪ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଜାପାନର ସାମାଜିକ ସଙ୍ଗଠନ ନିହୋନ ହିଡାନକ୍ଯୋକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର। ପରମାଣୁ ଅସ୍ତ୍ରଶସ୍ତ୍ର ବିରୋଧରେ ଅଭିଯାନ ଜାରି ରଖିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯିବ। ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରିବା ସହ ପରମାଣୁ ଅସ୍ତ୍ର ବିରୋଧରେ ପ୍ରଚାର ତଥା ସଚେତନତା ପାଇଁ ଏହି ସଙ୍ଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ‘ନିହୋନ୍ ହିଡାନ୍କ୍ୟୋ’ ସଂଗଠନର କହିବାକଥା, ବିଶ୍ୱରେ ଆଉ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାର କରାଯିବା ଉଚିତ ନୁହେଁ। ଏପରି ମହନୀୟ ଚିନ୍ତାଧାରା ଏବଂ ଉଦ୍ୟମ ପାଇଁ ଆଜି ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଘୋଷିତ କରାଯାଇଛି।
ନରୱେ ନୋବେଲ କମିଟି ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୬ ଜଣ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ ଜାପାନର ନିହୋନ୍ ହିଡାନକିଓ ସଂଗଠନ ଉପରେ ମୋହର ବାଜିଛି। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ଇରାନର ସାମ୍ବାଦିକ ତଥା ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।
ପ୍ରମୁଖ ଖବର
ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୩ ପୁରସ୍କାର, ପୁରୀ ଦେଶରେ ପ୍ରଥମ
ନଭେମ୍ବର ୧୨ରୁ ଅମୂଲ ଓ ମଦର ଡାଏରୀ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ପାଇବ
କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି, ୭୫ ହଜାର କୋଟିରୁ ଅଧିକ ଅନୁଦାନକୁ ମଞ୍ଜୁରି
ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ, ତୋତ୍ତୋରି ସହ ମୈତ୍ରୀ ଚୁକ୍ତି ସ୍ୱାକ୍ଷର
ବେଙ୍ଗାଲୁରୁରେ ୧୬୦ କୋଟିର ବାୟୋଗ୍ୟାସ୍ ପ୍ଲାଣ୍ଟ ଶିଳାନ୍ୟାସ କରିବେ ମୋଦୀ
ବାଲିଯାତ୍ରା ଉଦ୍ଘାଟନ କରିବେ ରାଷ୍ଟ୍ରପତି ମୁର୍ମୁ
ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ହେବ ସଂଶୋଧନ
ଝରିଗାଁ କୋର୍ଟରେ ତୁମୁଳକାଣ୍ଡ, ଲୁହା ରଡ୍ରେ ବିଚାରପତିଙ୍କୁ ଆକ୍ରମଣ