ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ବାବା ସିଦ୍ଦିକୀ ହତ୍ୟା ଘଟଣାର ଚତୁର୍ଥ ଅଭିଯୁକ୍ତ ଚିହ୍ନଟ

0

ମୁମ୍ବାଇ: ବାବା ସିଦ୍ଦିକୀ ହତ୍ୟା ମାମଲାରେ ପୋଲିସକୁ ମିଳିଲା ଆଉ ଏକ ବଡ ସଫଳତା। ହତ୍ୟା ଘଟଣାର ଚତୁର୍ଥ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ। ଚତୁର୍ଥ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ। ତିନି ଜଣ ସୁଟରଙ୍କ ବ୍ୟତୀତ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଚତୁର୍ଥ ଅଭିଯୁକ୍ତଙ୍କ ନାମ ମହମ୍ମଦ ଜିଶାନ ଅଖତର ବୋଲି କହିଛି ପୋଲିସ। ପୂର୍ବରୁ ହରିୟାଣାର ବାସିନ୍ଦା ଗୁରୁମେଲ ବଲଜିତ ସିଂ ଏବଂ ଉତ୍ତରପ୍ରଦେଶର ଧର୍ମରାଜ ରାଜେଶ କାଶ୍ୟପ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ।
ସେପଟେ ପୂର୍ବରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ହେପାଜତକୁ ନେଇଛି ପୋଲିସ । ପୋଲିସ ହେପାଜତରେ ୨୧ ତାରିଖ ପର୍ଯ୍ୟନ୍ତ ରଖିବାକୁ କୋର୍ଟଙ୍କ ଅନୁମତି । ସେହିପରି ନିଜକୁ ନାବାଳକ କହୁଥିବା ଅଭିଯୁକ୍ତର ହେବ ଓସିଫିକେସନ୍ ଟେଷ୍ଟ। ପ୍ରକୃତ ବୟସ ଜାଣିବା ପାଇଁ ଓସିଫିକେସନ୍ ଟେଷ୍ଟ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ।

ସୂଚନାଯୋଗ୍ୟ ଯେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲେ ଅଭିଯୁକ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଏହି ହତ୍ୟା ମାମଲାରେ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଜଣଙ୍କ ଏବେବି ଫେରାର ଅଛି । ଏବେ ଚତୁର୍ଥ ଅଭିଯୁକ୍ତକୁ ଚିହ୍ନଟ କରିଛି ପୋଲିସ।
ଗତ ଶନିବାର ବିଳମ୍ବିତ ରାତିରେ ବାନ୍ଦ୍ରାସ୍ଥିତ କାର୍ଯ୍ୟାଳୟ ବାହାରେ ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯାଇଥିଲା। ୪ ଅଭିଯୁକ୍ତ ଅଟୋରେ ଆସି ବାବାଙ୍କୁ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ସେଥିରୁ ୩ଟି ଗୁଳି ବାବାଙ୍କ ଶରୀରରେ ବାଜିଥିଲା।

Leave A Reply

Your email address will not be published.