ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପାଣ୍ଡିଆନ ଥିବାଯାଏଁ ଓଡ଼ିଶାରେ ବିଜେଡି, ସରକାରକୁ ଆସିବ ନାହିଁ

0

ଭୁବନେଶ୍ବର: ବିଜେଡି ପରାଜୟକୁ ନେଇ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି । ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ଓଡ଼ିଶାରେ ବିଜେଡି ସରକାରକୁ ଆସିବ ନାହିଁ। “ମୁଁ ବିଜେଡି ଛାଡ଼ିବା ପଛରେ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି। ପାଣ୍ଡିଆନ ଥିଲା ଯାଏ ବିଜେଡି କେବେ ଜିତିବନି। ”ବିଜେଡି ଛାଡ଼ିବାର କିଛି ଦିନ ପରେ ଆଜି ଗଣମାଧ୍ୟମରେ ଆଗରେ ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂଦସ ପ୍ରସନ୍ନ ପାଟ୍ଟଶାଣୀ।

ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମଙ୍ଗଳବାର ସିଧାସଳଖ ଭାବେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁ ଦଳକୁ ଆମେ ସଂଘର୍ଷ କରି ଗଢ଼ିଥିଲୁ, ମୋର ଦୁର୍ଭାଗ୍ୟ ଯେ ସେହି ଦଳ ଛାଡ଼ି ଆସିବାକୁ ପଡ଼ିଲା। ମୁଁ ସ୍ପଷ୍ଟ ଭାବେ କହୁଛୁ ଯେ, ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ି ଦେଲି। ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା।

Leave A Reply

Your email address will not be published.