ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ

0

ଭୁବନେଶ୍ବର: ରାଜଧାନୀରେ ଚାଲିଥିଲା ନକଲି କଲ୍ ସେଣ୍ଟର। ଟୁଇନ୍ ସିଟି କମିଶନରେଟ୍ ପୋଲିସ ବୁଧବାର ଦିନ ଭୁବନେଶ୍ୱରରେ ଚାଲୁଥିବା ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। ଏହି ଘଟଣାରେ ୬ ଜଣ ଅଟକ ରହିଛନ୍ତି।

ସୂଚନା ଅନୁଯାୟୀ, ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ କମିଶନରେଟ ପୁଲିସର ସାଇବର ଟିମ ଆଜି ଚଢ଼ାଉ କରି ଏହି ନକଲି କଲ୍ ସେଣ୍ଟର ଠାବ କରିଛି। ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ଏକାଧିକ ଲାପଟପ୍, ମୋବାଇଲ ଓ ଅନେକ ଡିଜିଟାଲ ଡିଭାଇସ ଜବତ କରିଛି। ଅଟକ ୬ ଜଣ ଘର କୋଲକାତାରେ ବୋଲି ଜଣାଯାଇଛି। କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସାଇବର ଟିମ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା।

ପୋଲିସର ଏକ ଟିମ୍ ଚଢାଉ କରି ସିମ୍ ବକ୍ସ ଭଳି କିଛି ଉପକରଣ ଏବଂ କିଛି ଅପରାଧ ଜନିତ ଦସ୍ତାବିଜ ଜବତ କରିଛି। ଏହି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ସୂଚନା ପାଇଁ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।

ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କଲ୍ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରିବା ପରେ ଜଣାପଡ଼ିବ।“ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ ବୈଷୟିକ ମାମଲା ଏବଂ ଆମର ବିଶେଷଜ୍ଞମାନେ ଏନେଇ ତଦନ୍ତ ଶେଷ କରିବା ପରେ ଅଧିକ ବିସ୍ତୃତ ସୂଚନା ପ୍ରଦାନ କରିବୁ।”

Leave A Reply

Your email address will not be published.