ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଘୋଷଣା କଲେ ନାୟବ ସିଂ ସାଇନି

0

ହରିୟାଣା: ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ନାୟବ ସିଂ ସାଇନି। ସେ ରାଜ୍ୟବାସୀଙ୍କୁ ଦେଇଛନ୍ତି ବଡ ଉପହାର। ସାଇନି ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଘୋଷଣା କରିଛନ୍ତି। ଭବିଷ୍ୟତରେ ସମସ୍ତ ମେଡିକାଲ କଲେଜରେ ମାଗଣା ଡାଏଲିସିସ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସାଇନି କହିଛନ୍ତି, ଆଜି ପ୍ରଥମ କ୍ରମରେ ସେ କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଫାଇଲରେ ଦସ୍ତଖତ କରିଛନ୍ତି। ନିର୍ବଚନ ପୂର୍ବରୁ ଜନସାଧାରଣଙ୍କୁ ଏହା ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ହେଉଛି ଭାଜପାର ତୃତୀୟ କାର୍ଯ୍ୟକାଳ। କଂଗ୍ରେସକୁ ହରିୟାଣାର ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ବିରୋଧୀ କାର୍ଯ୍ୟ କରିଥିଲେ। ଆମେ ଆମ ପ୍ରତିଶୃତି ପାଳନ କରିଛୁ ।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନାୟବ ସିଂ ସାଇନି। ସାଇନିଙ୍କ ସହ ୧୩ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାପୂର୍ବରୁ, ମାର୍ଚ୍ଚ ୧୨, ୨୦୨୪ରେ ସେ ପ୍ରଥମ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଏଥର ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ହରିୟାଣାରେ ସରକାର ଗଠନ କରିଛି। ଏଥର ଭାଜପା ହରିୟାଣାରେ ଏକ ଐତିହାସିକ ବିଜୟ ହାସଲ କରିଛି।

Leave A Reply

Your email address will not be published.