ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଶ୍ରୀମନ୍ଦିରର ସିନିଅର ସୁପରଭାଇଜଙ୍କୁ ଆକ୍ରମଣ ଘଟଣାରେ,ପନ୍ତିବଡ଼ୁ ସେବକ ନିଲମ୍ବିତ

0

ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ।। ଘଟଣାର ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ଆଧାରରେ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପରିସର କିମ୍ବା ରୋଷ ଘରେ ତାଙ୍କ ପ୍ରବେଶ ନିଷିଦ୍ଧ । ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

ସୂଚନା ଅନୁସାରେ, ଗତକାଲି ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ଦୁର୍ବୁତ୍ତ। ଆକ୍ରମଣପରେ ଶ୍ରୀ ନାରାୟଣ ପ୍ରତିହାରୀଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ।

ଆକ୍ରମଣର ଶିକାର ହୋଇଥିବା ପ୍ରତିହାରୀ କହିଛନ୍ତି, ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଣସେବାୟତଙ୍କ ପ୍ରବେଶ ଓ ବାହାର ଜିନିଷ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ଆନନ୍ଦ ବଜାରରେ ବସି ରାବିଡ଼ି ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କୁ ହଟାଇ ଦିଆଯାଇଥିଲା। ଆନନ୍ଦବଜାରରେ ରାବିଡ଼ି ବିକ୍ରି କରୁଥିବା ଜଣେ ବ୍ୟକ୍ତି ସେହି ରାଗ ରଖି ତାଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ତାଙ୍କ ଡାହାଣ ହାତ ସମେତ ଶରୀରର କେତେକ ସ୍ଥାନରେ ଗୁରୁତର ଆଘାତ ଲାଗିଛି।

Leave A Reply

Your email address will not be published.