ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ଭେଟି ବ୍ରତ ସରଞ୍ଜାମ ଦେଲେ ମୁଖ୍ୟମନ୍ତ୍ରୀ

0

ପୁରୀ: ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ଆଦି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ ପ୍ରଦାନ କରି ନିଜର ମା’ଙ୍କୁ ଦେବା ପରି ମୁଁ ଅନୁଭବ କରୁଛି’। ଆପଣ ମାନେ ସମସ୍ତେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ। ଏ ମାସ ସାରା ଆପଣ ମାନେ ଯେପରି ଖୁବ୍ ଭଲ ଭାବରେ ହବିଷ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶୁଣିବେ ଓ ଖୁସି ମନରେ ଘରକୁ ଫେରିବେ, ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ମା’ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତରଙ୍କ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ପବିତ୍ର କାର୍ତ୍ତିକ ମାସରେ ପବିତ୍ର ଜଗନ୍ନାଥ ଧାମରେ ଆଜି ଆସିବାର ସୁଯୋଗ ମିଳିଥିବାରୁ ମୁଁ ପ୍ରଭୁଙ୍କ ପାଖରେ କୃତ୍ୟକୃତ୍ୟ। ଆମ ଓଡିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସ ଏକ ପବିତ୍ର ଓ ଧାର୍ମିକ ମାସ ଭାବେ ଗଣା ଯାଏ। କାର୍ତ୍ତିକ ମାସ ପୂଣ୍ୟ ଅର୍ଜନର ମାସ। କାର୍ତ୍ତିକ ବ୍ରତର ମହାତ୍ମ୍ୟ ସମ୍ପର୍କରେ କୁହାଯାଇଛି ଯେ ଯେତେ ଦର୍ଶନ, ଯେତେ ତୀର୍ଥ, ଯେତେ ଯାଗ ଯଜ୍ଞ ଇତ୍ୟାଦି ଅଛି ସେସବୁର ଧର୍ମକୁ ଠୁଳ କଲେ କାର୍ତ୍ତିକ ବ୍ରତ ସହିତ ସମାନ ହେବ ନାହିଁ । ଭଗବତ୍ ଗୀତାରେ ମଧ୍ୟ ଏ ବିଷୟରେ ବର୍ଣ୍ଣନା ଅଛି।

ଆପଣମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ଭାବେ ବୃନ୍ଦାବତୀ ନିବାସ ନାମରେ ଏକ ହବିଷ୍ୟାଳୀ ଭବନ କରାଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ଭବନ ସହିତ ଅନ୍ୟ ତିନୋଟି କେନ୍ଦ୍ର ଯଥା – ଅକ୍ଷୟ ପାତ୍ର ପାଉଣ୍ଡେସନ, ବଗଲା ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ ମାନଙ୍କୁ ରଖାଯାଇଛି। ପୁରୀ ଜିଲ୍ଲା ପ୍ରଶାସନକୁ ମା’ ମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.