ପ୍ରମୁଖ ଖବର

ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା
ଭୁବନେଶ୍ବରର କେନାଲରେ ବୁଡ଼ିଗଲେ ଯୁବକ
ଏମ୍‌କେସିଜି ମେଡିକାଲ କଲେଜ ରାଗିଂ ଘଟଣା, ୫ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା
ବିଶ୍ବ ପର୍ଯ୍ୟଟନ କନକ୍ଲେଭରେ ଯୋଗ ଦେବାକୁ ବିଦେଶ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ରେଲୱେ ଟ୍ରାକ ସଫା କରୁଥିବାବେଳେ ଟ୍ରେନ ଧକ୍କାରେ ୪ ସଫେଇ କର୍ମଚାରୀଙ୍କର ମୃତ୍ୟୁ
କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ ଥିବା ଭରତପୁଝା ନଦୀ ବ୍ରିଜ ଉପରେ ଘଟିଛି ଦୁର୍ଘଟଣା
ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଗ୍ୟାସ ଟାଙ୍କି ଫାଟି ବ୍ୟକ୍ତିଙ୍କ ରୋଷେଇ ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି
ଜମ୍ମୁ-କଶ୍ମୀରର ରୈସି ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ମା’ ଓ ୧୦ ମାସର ପୁଅ ସହ ୩ ଜୀବନ
ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି: ରୁପା ଜନ୍ମ ଦେଲା ୪ ଶାବକ
ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ୭ ଜଣ ସମିତି ସଭ୍ୟ

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

0

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌କୁ ମିଳିଲା ବଡ଼ ଆଶ୍ୱସ୍ତି। ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି। ୨୦୦୧ରେ ଜୟା ଶେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଛୋଟା ରାଜନଙ୍କ ଉପରେ ଏହି ଅଭିଯୋଗ ଲାଗିଥିଲା। ମେ ୩୦, ୨୦୨୪ରେ, ଏକ ସ୍ବତନ୍ତ୍ର ମକୋକା କୋର୍ଟ ରାଜନଙ୍କୁ ଅନ୍ୟମାନଙ୍କ ସହ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ହତ୍ୟା ମାମଲାରେ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଦୁଇଟି ପୃଥକ ପୃଥକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏକ ଲକ୍ଷ ଟଙ୍କା ମୁଚଳିକାରେ ତାକୁ ଏହି ଜାମିନ ପ୍ରଦାନ କରାଯାଇଛି।

ରାଜନ ଏହି ଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଦଣ୍ଡକୁ ସ୍ଥଗିତ ରଖାଯିବା ସହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଗ୍ୟାଙ୍ଗଷ୍ଟର ଦାବି କରିଛନ୍ତି। ବୁଧବାର ଶୁଣାଣି ସମୟରେ ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ପୃଥ୍ବିରାଜ ଚୌହାନଙ୍କ ଡିଭିଜନ ବେଞ୍ଚ ଏକ ଲକ୍ଷ ଟଙ୍କା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ତାଙ୍କୁ ଜେଲରେ ରହିବାକୁ ପଡିବ।

ସୂଚନାଯୋଗ୍ୟ, ଛୋଟା ରାଜନ ବିଦେଶରେ ରହୁଥିବାବେଳେ ତାଙ୍କ ଗ୍ୟାଙ୍ଗ ଚଳାଉଥିଲେ, କିନ୍ତୁ ତାଙ୍କୁ ୨୦୧୫ରେ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା ଏବଂ ଅକ୍ଟୋବର ୨୦୧୫ରେ ସେଠାରୁ ଭାରତକୁ ଅଣାଯାଇଥିଲା। ସେବେଠାରୁ ସେ ନୂଆଦିଲ୍ଲୀର ତିହାରରେ ଦୁଇ ନମ୍ବର ଜେଲରେ ରହିଥିଲେ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣ ପରେ ଦାଉଦ ଇବ୍ରାହିମଙ୍କ ନିକଟରେ ଥିବା ଛୋଟା ରାଜନ ଦାଉଦ ଗ୍ୟାଙ୍ଗରୁ ଅଲଗା ହୋଇଯାଇଥିଲେ।

Leave A Reply

Your email address will not be published.