ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ସମୁଦ୍ର କୂଳରେ ଲାଗୁ ହେଲା ୧୪୪ ଧାରା

0

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରକୋପ ଅନୁଭୂତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପ ଠାରୁ ଏରସମା ଶିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ ଏହି କଟକଣା ଲାଗୁ ହେବ। ପାରାଦୀପରୁ ଶିଆଳି ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରୁ ଏହା ଲାଗୁ ହେବ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

‘ଦାନା’ ପ୍ରକୋପ ଆରମ୍ଭ ହେଲେ ସମୁଦ୍ର ଅଶାନ୍ତ ହେବା ସହ ଜୁଆର ମାଡ଼ିବ। ଏହି ସମୟରେ ପବନର ବେଗ ବଢିବ। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦୀପ, ଶିଆଳି, ବାଲିକୁଦା ସି-ବିଚ୍‌ରେ ୧୪୪ ଧାରା ଲାଗୁ କରାଯାଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ୍ କହିଛନ୍ତି। ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକ ତଥା ମାଟି ଘରେ ରହୁଥିବା ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯାଉଛି। ସି-ବିଚ୍‌ରେ ୧୪୪ ଧାରା ଲାଗୁ ହେବା ଫଳରେ କୌଣସି ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକ ଉକ୍ତ ସ୍ଥାନକୁ ଯାଇ ପାରିବେନି।

ସେହିପରି ଆଜି ଅପରାହ୍ନରୁ ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ବନ୍ଧରେ ଭାରିଯାନ ଚଳାଚଳକୁ ବାରଣ କରାଯିବ । ଉକ୍ତ ରାସ୍ତା ଦେଇ କେବଳ ରିଲିଫ ସାମଗ୍ରୀ ଗାଡ଼ି ଯାଇପାରିବ ବୋଲି ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି । ବାତ୍ୟା ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ୮୮ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ୮ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ୨୧ଟି ଆଶ୍ରୟସ୍ଥଳୀ ସହ ୪୫ଟି ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି ।

Leave A Reply

Your email address will not be published.